Home ଓଡ଼ିଶା ପିସିସି ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ସ୍ୱାଧୀନତା ପ୍ରାପ୍ତି ପାଇଁ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଭଳି ବହୁ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିବା ସହ ଆତ୍ମ ବଳିଦାନ ଦେଇଛନ୍ତି । ଓଡ଼ିଶାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଓ ସେମାନଙ୍କ ତ୍ୟାଗ ବଳରେ ଆମେ ଆଜି ଏହି ସ୍ୱାଧୀନତା ପ୍ରାପ୍ତି କରିଛେ । କଂଗ୍ରେସ ଦଳ ସ୍ୱାଧୀନତା ପରେ ଦେଶର ବହୁ ବିକାଶ କରାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କାରିଗରି ଜ୍ଞାନ କୌଶଳ, କୃଷି ପ୍ରଭୃତି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଛି । କିନ୍ତୁ ଗଣତନ୍ତ୍ରକୁ ବିଶ୍ୱାସ କରୁନଥିବା ଦଳ ଶାସନ କାଳରେ ଆଜି ଜନସାଧାରଣ ଘୋର ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି । ଓଡ଼ିଶାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଯେଉଁ ବିକାଶ କରିଥିଲା ତାହାହିଁ ଆଜି ସର୍ବସାଧାରଣରେ ଜଳ ଜଳ ହୋଇ ଦିଶୁଛି । କଂଗ୍ରେସ ଦଳକୁ ଆଗାମୀ ଦିନରେ ଦେଶ ତଥା ରାଜ୍ୟରେ କ୍ଷମତାକୁ ଆଣିବାପାଇଁ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ କାର୍ଯ୍ୟକରିବାକୁ ଶ୍ରୀ କାଡାମ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଶରତ ରାଉତ, ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ନକୁଳ ନାୟକ, ଅମିୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ହଳଧର ସେଠୀ, ଚିନ୍ମୟ ପ୍ରସାଦ ବେହୁରା, ବିଶ୍ୱଜିତ ଦାଶ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ତରୁଣ ମିଶ୍ର, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ୟାସିର ନୱାଜ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ରଜନୀ ମହାନ୍ତି, ଭାସ୍କର ସେଠୀ,କୈଳାସ ସାହୁ, ଜୟଶ୍ରୀ ପଟ୍ଟନାୟକ, ଗଦାଧର ନନ୍ଦ, ମନୋଜ ରଥ, ଏମଡି ସାହାଦୁଲ୍ଲା, ଉଷାରାଣୀ ବେହେରା, ନଳିନୀ ବେହେରା, ମନୋଜ ସାହୁ, ପ୍ରଶାନ୍ତ ଚମ୍ପତି, ମନୋରଞ୍ଜନ ରାଉତରାୟ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ମୋହନ ଜେନା, ମିତ୍ରଭାନୁ ମହାପାତ୍ର, ସୁଧାଂଶୁ ମହାନ୍ତି, ଆତ୍ମାରାମ ପତି, ଆଲୋକ ମହାନ୍ତି, ମଧୁସୂଦନ ତ୍ରିପାଠୀ, ମହମ୍ମଦ ତକୱିମ, ନଜିବୁର ରହମାନ ଖାଁ, ରାମକୃଷ୍ଣ ପରିଡ଼ା, ସନ୍ତୋଷ ଜେନା, ତାପସ ସେଠୀ, ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରଶନ୍ନ ପାଇକରାୟ, କୁଳମଣି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପତାକା ଉତୋଳନ କାର୍ଯ୍ୟକ୍ରମକୁ ସେବାଦଳ କାର୍ଯ୍ୟକର୍ତା ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026