ଭୁବନେଶ୍ୱର ଅଧିବକ୍ତାମାନଙ୍କ ଦ୍ୱାରା ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବୁଧବାର ଭୁବନେଶ୍ୱର ଅଧିବକ୍ତାମାନଙ୍କ ଦ୍ୱାରା ହର୍‌ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଅଗଷ୍ଟ ମାସ ୧୩,୧୪,୧୫ ତାରିଖ ତିନିଦିନ ଧରି ଭାରତୀୟମାନେ ନିଜ ନିଜର ଘରେ ଜାତୀୟ ପାତାକା ଲଗାଇବାକୁ ପରାମର୍ଶ ଦେଇଛନ୍ତି ।

ଯାହାଫଳରେ ପ୍ରତ୍ୟେକ ନାଗରିକ ନିଜକୁ ଗୌରବାନ୍ୱିତ ଅନୁଭବ କରିପାରିବେ । ଜାତି, ଧର୍ମ, ବର୍ଣ୍ଣ, ସର୍ବଦଳୀୟ ଆଇନଜୀବୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା । ଏଥିରେ ଆଇନଜୀବୀମାନଙ୍କ ମଧ୍ୟରେ ବିଜେପି ଲିଗାଲ ସେଲ୍ ରାଜ୍ୟ କୋ-କନ୍‌ଭେନର ରବିଶଙ୍କର ପଟ୍ଟନାୟକ, ଭୁବନେଶ୍ୱର ବିଜେପି ଲିଗାଲ ସେଲ୍‌ର କନ୍‌ଭେନର ମୁରଲୀ ମନୋହର ପାତ୍ର, ଅଧିବକ୍ତା ସୁବାସ ଦାସ, ସରୋଜ କୁମାର ନାୟକ, ସୁଧୀର ଦାଶ, ଅନିଲ କୁମାର ଶତପଥୀ,

ସ୍ୱାଗତିକା ରଥ, ରିନା ସାହୁ, ସସ୍ମିତା ଦାସ, ବିପିନ ବଳିଆରସିଂ, ତପନ ହରିଚନ୍ଦନ, ସତ୍ୟବ୍ରତ ନାୟକ, ତପନ ନାୟକ, ରାଜକିଶୋର ଦାସ, ଲିଙ୍ଗରାଜ ସାହୁ, ଲଳିତ କିଶୋର ସାମଲ ପ୍ରମୁଖ ଶତାଧିକ ଅଧିବକ୍ତାଙ୍କ ସହିତ ଏକାମ୍ର ବିଧାୟକ ତଥା ଅର୍ବାନ ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ଶ୍ରୀ ବାବୁ ସିଂ ଉପସ୍ଥିତ ରହି ଦେଶମାତୃକା ପ୍ରତି ଭକ୍ତିଭାବ ପ୍ରକାଶ କରି ଅଧିବକ୍ତାମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version