Home ଓଡ଼ିଶା ପିତଳ ପଞ୍ଚାୟତରେ ଭତ୍ତା ବଣ୍ଟନ ଦୁର୍ନିତୀ : ୧୫ ମାସର ଟଙ୍କା ଗିଳି ଦେଲେ ପଞ୍ଚାୟତ ଅଧିକାରୀ – ତଦନ୍ତ ଅଭିଯୋଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶେରଗଡ଼/ହିଞ୍ଜିଳିକାଟୁ :-> ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମ ଏବଂ ସାମାଜିକ ସଶକ୍ତି କରଣ ବିଭାଗ ଅଧିନରେ ବିଭିନ୍ନ ଲୋକ ହିତକର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଗରିବ, ଅସହାୟ, ଆର୍ଥିକ ଅନଟନ ଆଦି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରା ଯାଉଛି। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାରେ ଏହା ବିଶେଷ ସହାୟକ ହୋଇଥିଲା ବେଳେ ଯୋଜନାରେ ହିତାଧିକାରୀ ଉପକୃତ ହେଉଛନ୍ତି। କିନ୍ତୁ ନିରକ୍ଷରତା ଏବଂ ସଚେତନତାର ସୁଯୋଗ ନେଇ କିଛି ଅସାଧୁ ଅଧିକାରୀଙ୍କ ଦୁର୍ନିତୀ ଖୋର ମନୋବୃତି ଯୋଗୁଁ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ବାଟ ମାରଣା ହେଉଛି। ସାଧାରଣ ହିତାଧିକାରୀଙ୍କ ପ୍ରସଙ୍ଗ ତ ଭିନ୍ନ କଥା କିନ୍ତୁ ଭିନ୍ନକ୍ଷମ ବି ଏଥିରୁ ବାଦ ପଡ଼ି ନାହାଁନ୍ତି। ଭଦ୍ରମୁଖାପିନ୍ଧା ଅଧିକାରୀ ଜଣକ ଅର୍ଥ ଆତ୍ମସାତ କରି ନିରବଦ୍ରଷ୍ଟା ସାଜିଥିବା ବେଳେ ପ୍ରକୃତ ହିତାଧିକାରୀ ନିଜ ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି । ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। କାଗଜ ପତ୍ରରେ ୧୫ ମାସ ଧରି ଜଣେ ଭିନ୍ନକ୍ଷମ ବୟସ୍କା ମହିଳା ଭତ୍ତା ଟଙ୍କା ପାଇଥିବା ଦର୍ଶାଇ ଖୋଦ ପଞ୍ଚାୟତ ଅଧିକାରୀ ସବୁ ଗିଳି ଦେଇଥିବା ଅଭିଯୋଗ ହୋଇଛି। ଭିନ୍ନକ୍ଷମ ମହିଳାଙ୍କୁ ଅନ୍ଧାରରେ ରଖି ପଞ୍ଚାୟତ ଅଧିକାରୀ ଜଣକ ବେଶ୍ ଆରାମରେ ନିଜ କଳା କାରନାମା ଚଳାଇଥିବା ଜଣା ପଡିଛି । ଏ ବିଷୟରେ ଯୁବ ସମାଜ ସେବୀ ପିଙ୍କୁ ପରିଡ଼ା ଅନୁସନ୍ଧାନ କରି ଏଭଳି ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ପିତଳ ପଞ୍ଚାୟତ ସନ୍ତୋଷପୁର ଗ୍ରାମର ୫୫ ବର୍ଷ ବୟସ୍କା ମହିଳା କୁମାରୀ ଜେନା ଗତ ୨୦୨୨ ରେ ମଧୁବାବୁ ପେନସନ ଯୋଜନାରେ ଭିନ୍ନକ୍ଷମ ଭତ୍ତା ପାଇବାକୁ ଆବେଦନ କରିଥିଲେ। କୁମାରୀଙ୍କ ଆଧାର ନଂ ୮୦୨୨ ୨୯୨୮ ୪୨୬୭, ମଞ୍ଜୁର ଆଦେଶ ନଂ ଓଆର୍-ଏସ୍-୧୦୪୩୮୨୨୨ ଓ ହିତାଧିକାରୀ ନଂ ୯୪୨୩୭୩ ଭାବେ ଗତ ୨୦୨୩ ମାର୍ଚ୍ଚ ୨୪ ତାରିଖରେ ଯୋଗ୍ୟତା ଆଧାରରେ ତାଙ୍କ ଭିନ୍ନକ୍ଷମ ଭତ୍ତା ମଞ୍ଜୁର ହୋଇଥିଲା । ଏହା ପରେ ତାଙ୍କ ବ୍ୟାଙ୍କ ଖାତାକୁ ୨ ମାସର ଭତ୍ତା ଟଙ୍କା ଆସିଥିଲା। ତା ପର ଠାରୁ ଦୀର୍ଘ ୧୫ ମାସ ଧରି ସେ ଭତ୍ତା ବାବଦରେ ଟଙ୍କା ଟିଏ ବି ପାଇ ନାହାଁନ୍ତି। ପଞ୍ଚାୟତରୁ ମଧ୍ଯ ଏନେଇ କୌଣସି ଉଦ୍ୟମ କିମ୍ୱା ତତ୍ପରତା ପ୍ରକାଶ ପାଇନାହିଁ।ଏ ବିଷୟରେ ଶ୍ରୀ ପରିଡ଼ା ବ୍ଲକ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୁମାରୀ ଜେନା ନିୟମିତ ଭାବେ ଭିନ୍ନକ୍ଷମ ଭତ୍ତା ପାଉଥିବା ଅଧିକାରୀ ଜଣକ କହିଥିଲେ। ଯଦି ଭତ୍ତା ହିତାଧିକାରୀ ଆସିବାରେ ଅକ୍ଷମ ଓ ଅସୁବିଧାର ସମ୍ମୁଖୀନ ହେଉଥିଲେ ପଞ୍ଚାୟତ ଅଧିକାରୀ ନିଜେ ତାଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏ କ୍ଷେତ୍ରରେ ସେ ତତ୍ପରତା ପ୍ରକାଶ କରିବା ପରିବର୍ତ୍ତେ ଘୋର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମନ୍ଦ ଉଦ୍ଦେଶ୍ୟ ରଖି ଭତ୍ତା ବଣ୍ଟନ ପ୍ରକ୍ରିୟାରେ ଏଭଳି ଗୁରୁତର ଅନିୟମିତତା ସୃଷ୍ଟି କରିବା ଓ ହିତାଧିକାରୀଙ୍କ ଅର୍ଥ ତୋଷାରପାତ କରିବା ହୃଦୟଙ୍ଗମ କରି ଶ୍ରୀ ପରିଡ଼ା ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳଙ୍କୁ ଅବଗତ କରିଛନ୍ତି। କିଏ ଏବଂ କାହିଁକି ଏଭଳି ବାଧକ ସାଜି କୁମାରୀଙ୍କ ଭତ୍ତାରେ ଅନ୍ତରାୟ ସୃଷ୍ଟି କରିଛି ଏହାର ବିଧିବଦ୍ଧ ଭାବେ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଶ୍ରୀ ପରିଡ଼ା ନିବେଦନ କରିଛନ୍ତି। ଏନେଇ ପଞ୍ଚାୟତ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ସହ ଯୋଗାଯୋଗ କରିବାରେ ସମ୍ଭବ ହୋଇ ପାରିନାହିଁ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026