ଖପ୍ରାଖୋଲ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଶୋଭା ଯାତ୍ରା ରେ ବୁଲିଲେ ଗାଁ

୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ କାର୍ଯ୍ୟାଳୟ ପରିସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମସ୍ତେ ଏକତ୍ରିତ ହୋଇ ଏକ ଶୋଭା ଯାତ୍ରା ରେ ଗାଁ ପରିକ୍ରମା କରି ବ୍ଲକ୍ ପରିସରରେ ପହଞ୍ଚି ଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷ୍ୟା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ତହସିଲ ଦାର ଆଦିତ୍ୟ ପ୍ରସାଦ ମିଶ୍ର,

ସି ଆର ପି ଏଫ୍ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଆନନ୍ଦ କୁମାର ୟାଦବ,ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର , ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ,ବ୍ଲକ୍ ଅଗ୍ନିଶମ ଅଧିକାରୀ ଜୟଗୋପାଲ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଥମେ ଗାନ୍ଧିଜୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଫୁଲ ମାଳ ଦେଇଥିଲେ। ସେହିପରି ସହିଦ ସ୍ତମ୍ବ ରେ ମଧ୍ୟ ଫୁଲ ଦେଇ ସ୍ଵାଧୀନତା ଆନ୍ଦୋଳନରେ ସହିଦ ହୋଇଥିବା ବରପୁତ୍ରଙ୍କୁ ସ୍ମରଣ କରିଥିଲେ।

ପରେ ଅତିଥି ମାନେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ଜାତୀୟ ଏକତା, ଜାତୀୟ ସଂହତି ଓ ଭାତୃଭାବ ବଜାୟ ରଖିବା କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଜି ପି ଡି ଓ ପରମେଶ୍ବର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ଭୋଇ, ଏ ପି ଓ ପ୍ରଶାନ୍ତ କୁମାର ସାହୁ, ଓ ଏଲ ଏମ ବିପିଏମ୍ ମନୋଜ କୁମାର କେରକେଟା,

ରାମାନନ୍ଦ ବେହେରା, ରାଜକିଶୋର ନାଏକ, ମନୋଜ ସାହୁ ସମେତ ସି ଆର ପି ଏଫ୍ ଯବାନ, ଏମ ବି କେ, ସି ଆର ପି, ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଛାତ୍ର, ବିଭିନ୍ନ ବିଭାଗ ର କର୍ମଚାରୀ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ କୁ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version