ଗୋପରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ କାର୍ଯ୍ୟାଳୟ ଦ୍ଵାରା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନସିସି, ସ୍କାଉଟର ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଯଶଶ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏହି ଅଭିଯାନ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ତ୍ରିରଙ୍ଗା ଶୋଭାଯାତ୍ରା ରେ ଗୋପ ବ୍ଲକ ର ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ନେତୃତ୍ୱ ନେଇଥିଲେ ମିଶନ ଶକ୍ତି ପ୍ରମୁଖ ଶ୍ରୀମତୀ ମିନାକ୍ଷୀ ପୃଷ୍ଟି l

ଠିକ ସେହିପରି ଗୋପ ମହାବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କୁ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲି କରୁଥିଲେ,ପୂର୍ବତନ ଅଧକ୍ଷ ତଥା ବର୍ତମାନ ର ପରିଚାଳନା କମିଟି ର ସଭାପତି ପ୍ରକାଶ ଚଦ୍ର ଖଟୋଇ l ଏହା ଗୋପ ମହାବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରିଥିଲା ତାହା ଗୋପ ବ୍ଲକ ପ୍ରାଙ୍ଗଣରେ ସମସ୍ତ ଅଧିକାରୀଙ୍କୁ ଏକାଠି କରିଥିଲେ ବିଡିଓ ଛବିରାଣୀ ସାହୁ l

ଗୋପ ବ୍ଲକ ଠାରୁ ସମସ୍ତ ଛାତ୍ର ଛାତ୍ରୀ ଏକାଠି ହୋଇ ଗୋପ ନିଗମାନନ୍ଦ ସରକାରୀ ବିଦ୍ୟାଳୟ ରେ ଏକ ସାଧାରଣ ସଭାରେ ପିଲାଙ୍କୁ ଉଦବୋଧନ ଦେଇଥିଲେ ଗୋପ ପଞ୍ଚାୟତ ସମିତି ଅଧକ୍ଷା ଝୁନୁଲତା ମାଲିକ ଓ ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ ସମେତ ଗୋପ ସମସ୍ତ ସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଖୁସି ଉଲ୍ଲାସ ର ସହିତ ବନ୍ଧେ ମାତରମ ଭାରତ ମାତା କୀ ଜୟ ଦ୍ୱନୀ ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l

Exit mobile version