ବାଂଲାଦେଶ ହିଂସାକାଣ୍ଡ ନେଇ ବାରିପଦାରେ “ହିନ୍ଦୁ ଜଗୃତି ମଞ୍ଚ” ର ପ୍ରତିବାଦ ରାଲି

୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ କରି ନିକଟରେ ହୋଇଥିବା ଲୁଟତରାଜ, ପୋଡ଼ାଜଳା, ହତ୍ୟା, ବଳାତ୍କାର, ମନ୍ଦିର ଉପରେ ଆକ୍ରମଣ ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ପ୍ରଭୃତି ଘଟଣାର ପ୍ରତିବାଦରେ “ହିନ୍ଦୁ ଜାଗୃତି ମଞ୍ଚ” ପକ୍ଷରୁ ବୁଧବାର ଦିନ ଏଠାରେ ଏକ ବଡ଼ ଧରଣର ବାଇକ ରାଲି ହୋଇଯାଇଛି। ରାଲି ପରେ ପରେ ମଞ୍ଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହେବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦୁଇଟି ପୃଥକ ପୃଥକ ସ୍ମାରକପତ୍ର ଜିଲ୍ଲାପାଳ ହେମକାନ୍ତ ସଏଙ୍କୁ ପ୍ରଦାନ କରାଯାଇଛି।

କବିବିଷ୍ଣୁ ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭା, ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ.. ପ୍ରଭୃତି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଶ୍ୱଜିତ ରଣା, ପ୍ରବୀର ଦାସବାବୁ, ହେମଲତା ଦାସ, ଲକ୍ଷ୍ମୀଧର ହାବଡ଼ା, ସୁଧାଂଶୁ ଶେଖର ଜେନା, ଗୋପାଳ ଚନ୍ଦ୍ର ସାହୁ, ଗୋରାଚାନ୍ଦ ମହାନ୍ତ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଜ୍ଞାନରଞ୍ଜନ ଜେନା, ଦୀପକ ମଲ୍ଲିକ, କଳ୍ପ ରାୟବାବୁ, ଫକୀର ସିଂହ, ବିକାଶ ବାରିକ, ମାଧବ ସାହୁ, ଶଙ୍କର୍ଷଣ ପଣ୍ଡା ପ୍ରମୁଖ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ

 

Exit mobile version