୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜଧାନୀ ଭୁବନେଶ୍ୱରରେ ଥିବା ବାରରେ ଅ ।ଉ ହେବନି ଡ୍ୟାନ୍ସ । ନାଚିପାରିବେ ନାହିଁ ବାରଗର୍ଲ । ରାଜ୍ୟ ସରକାରଙ୍କ ଏପରି କଠୋର ଅ ।ଭିମୁଖ୍ୟକୁ ବୁଦ୍ଧିଜୀବୀ ସ୍ୱାଗତ କରିଥିବା ବେଳେ ବିରୋଧ କରିଛନ୍ତି ବାର୍ଗର୍ଲ ଡ୍ୟାନ୍ସର । ଅ ।ଜି ଶତାଧିକ ବାରଗର୍ଲ ଡ୍ୟାନ୍ସର ଭୁବନେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଭେଟିଛନ୍ତି । ବାରରେଡ୍ୟାନ୍ସ କରିବାକୁ ନିବେଦନ କରିଛନ୍ତି । ଅବକାରୀ ଅଧିକ୍ଷକଙ୍କୁ ଭେଟିବାକୁ ଅ ।ସିଥିବା ଜଣେ ବାର୍ ଡ୍ୟାନ୍ସର କହିଛନ୍ତି, ମୁଁ ଗୋଟିଏ ଗରିବ ପରିବାରରୁ ଅ ।ସିଛି । ଘରେ ମୋର ରୋଗୀଣା ବାପା ଓ ମାଅ । ଅଛନ୍ତି । ସାନ ଭଉଣୀ ପାଠ ପୁଛି । ବାରରେ ଡ୍ୟାନ୍ସ କରି ଯାହା ରୋଜଗାର କରୁଥିଲି, ସେଥିରେ ଚଳୁଥିଲା ମୋ ପରିବାର ।
ଏହାଛଡ଼ା ସେହି ଟଙ୍କାରେ ମୁଁ ମଧ୍ୟ ପାଠ ପୁଥିଲି । ହେଲେ ଗତ ଦୁଇ ମାସ ହେଲା ବାରରେ ଡ୍ୟାନ୍ସ ବନ୍ଦ ରହିଛି । ତେଣୁ ନାନା ସମସ୍ୟା ଦେଇ ଅ।ମେ ଗତି କରୁଛି । ଅ।ମେ କ’ଣ କରିବୁ କିଛି ଭାବି ପାରୁନାହିଁ । ଏଠି ଯଦି ବାର୍ ନଖୋଲେ, ତା’ହାହେଲେ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେବୁ ବୋଲି ଡ୍ୟାନ୍ସର ଜଣକ କହିଛନ୍ତି । ବାରରେ ଖରାପ କାର୍ଯ୍ୟ ହେଉଥିବା ନେଇ ଅ।ଉ ଜଣେ ବାର୍ ଡ୍ୟାନ୍ସର କହିଛନ୍ତି, ସବୁ ବାରରେ ଖରାପ କାମ ଚାଲେନି । ଯେଉଁଠି ଚାଲିଛି, ସେହି ବାରକୁ ବନ୍ଦ କରାଯାଉ । ହେଲେ ଗୋଟିଏ ବାର୍ ଖରାପ କାମ କଲା ବୋଲି ସବୁ ବାର୍ ବନ୍ଦ କରିବା ଠିକ୍ ନୁହେଁ । ବାରରେ ଡ୍ୟାନ୍ସ କରି ଆମେ ପେଟପାଟଣା ପୋଷୁଥିଲୁ । ହେଲେ ଏବେ ବାରରେ ଡ୍ୟାନ୍ସ ବନ୍ଦ ହେଲା ପରେ କ’ଣ କରିବୁ ଭାବି ପାରୁନାହୁଁ ବୋଲି ଯୁବତୀ ଜଣକ କହିଛନ୍ତି । ଚାକଚକ୍ୟ ରାଜଧାନୀର ରଜନୀଗନ୍ଧାର ବାସ୍ନାରେ ବିମୋହିତ ହୋଇ କାହିଁ କେତେ ଦୂରରୁ ଧାଇଁ ଅ ।
ସନ୍ତି ତରୁଣୀ । କିଏ ପରିବାର ଜଞ୍ଜାଳରେତ ଅ।ଉ କିଏ ଅକଥନୀୟ ଦାରିଦ୍ର୍ୟର ଯନ୍ତ୍ରଣାରେ ଜର୍ଜରୀତ ହୋଇ ରାଜଧାନୀ ରଙ୍ଗୀନ ରାତିର ସାଥୀ ହୋଇଯାଇଛନ୍ତି । ଆଉ ସଞ୍ଜ ନଉଁ ନଉଁ ମୁହଁରେ ରଙ୍ଗ ମାଖି ଝିଲ୍ମିଲ୍ ଅ ।ଲୁଅରେ ନିଜକୁ ହଜାଇ ଦିଅନ୍ତି । ବାର୍କୁ ଅ ।ସୁଥିବା ବଡ଼ ବଡ଼ିଅ । ବାବୁଙ୍କ ପାଇଁ ଖୋଲି ଦିଅନ୍ତି ଖସିର ଫରୁଆ । ଅ ।ଉ ସେଥିପାଇଁ ସେମାନଙ୍କୁ ମିଳିଥାଏ ପାରିଶ୍ରମିକ । ସେଥିରେ ଚଳେ ପରିବାର । ଚର୍ଚ୍ଚା ହେଉଛି ବାରରେ ଅନୈତିକ କାର୍ଯ୍ୟ ହେଉଛି । ଯେଉଁଥିପାଇଁ ସହରରେ ନାନା ଅସାମାଜିକ କାର୍ଯ୍ୟବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବାର୍ରେ ମଦ ଓ ଡ୍ୟାନ୍ସ ବନ୍ଦ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ବାର୍ ଗୁଡ଼ିକ ବନ୍ଦ ହେଲେ ବାର୍ ଡ୍ୟାନ୍ସରମାନେ କରିବେ କଣ..? ସେମାନଙ୍କ ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି..? ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ୱରରେ ୭୦୦ରୁ ଅଧିକ ଯୁବତୀ ବାର୍ ଡ୍ୟାନ୍ସର ଭାବେ କାମ କରୁଛନ୍ତି ।
