Home ଓଡ଼ିଶା ଗଜପତି ଜିଲ୍ଲାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପରେ ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମ୍ପର୍କିତ ଏକ ବିରାଟ ଶୋଭାଯାତ୍ରା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆଗେଇ ଚାଲିଛି । ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ୟାଲେସ ଛକ ଠାରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଏବଂ ଜିଲ୍ଲା ପରିଷଦ ସିଡିଓ: ଡ଼ଃ ଗୁଣନିଧି ନାୟକ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ପ୍ୟାଲେସ ଛକ ଠାରୁ ବାହାରି ସମଗ୍ର ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହରର ସମସ୍ତ ସ୍କୁଲ ଓ କଲେଜର ହଜାରଧିକ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି “ଭାରତ ମାତା କି ଜୟ” ଏବଂ “ହର ଘର ତ୍ରିରଙ୍ଗା” ଉପରେ ସ୍ଲୋଗାନ ଦେଇ ସହର ପ୍ରକମ୍ପିତ କରିଥିଲେ । ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଦସ୍ତଖତ ଅଭିଯାନ ଏବଂ ସେଲଫି ନେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିରଙ୍ଗା ଅଭିଯାନ ଉପରେ ଏକ ସଚେତନତା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ଼ିଆଇପିଆରଓ ଶ୍ରୀ ପ୍ରଦୀପ୍ତ ଗୁରୁମାୟୀ ଙ୍କ ସଭାପତିତ୍ବରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ୱାଇ: ଧର୍ମାରାଓ , ବରିଷ୍ଠ ଶିକ୍ଷକ ଶ୍ରୀ ଡି: ମୂର୍ତ୍ତୀ ବାବୁ , ଜିଲ୍ଲା ଶିକ୍ଷା ବିଭାଗର ଶାରୀରିକ ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ମିରାକଲ ଡେନ୍ସ ଗ୍ରୁପ ର ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ସେନାପତି ଏବଂ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ଡି: ପ୍ରିୟଙ୍କା ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ପରେ ବିଭିନ୍ନ ସ୍କୁଲ ଓ କଲେଜର ପିଲାମାନଙ୍କୁ ନେଇ ଦେଶମାତୃକା ଓ ଭାବନା ପ୍ରୀତି ଉପରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ କହିଥିଲେ ଯେ , ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ବାନ ଓ ଦିଗଦର୍ଶନ ଅନୁଯାୟୀ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତ ବର୍ଷର ନାଗରିକ ମାନଙ୍କୁ ଏଥିରେ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ସହ ଭାରତୀୟ ମାନଙ୍କ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ଘରେ ଘରେ ସମ୍ମାନର ସହ ଲଗାଇ ଉଡାଇବା ଏବଂ ଗର୍ବରେ କହିବା ଆମେ ଭାରତୀୟ ଏହି ସବୁ ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମକୁ ଉତ୍ସବ ଭାବେ ମନାଇବା ପାଇଁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଆହ୍ବାନ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026