ବିରିଡି ବ୍ଲକ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟ କ୍ରମ

 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ହର ଘର ତ୍ରିରଙ୍ଗା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ଅଧ୍ୟଖ୍ୟା ମମତା ପାତ୍ର, ମଣ୍ଡଳ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତ୍ରିଙ୍ଗା ପତାକା ଦେଖାଇ କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରିଥିଲେ l

ପ୍ରଥମେ ବିରିଡି ଛକରୁ ତ୍ରିରଙ୍ଗା ପତାକା ଧରି ବାଇକ ଶୋଭାଯାତ୍ରା ରେ ବ୍ଲକର 21ଟି ପଞ୍ଚାୟତ ର ସମସ୍ତ ଏମବିକେ, ସିଆରପି, ସୋୟଙ୍ଗ ସହାୟକ ଗୋଷ୍ଠିର ମା ମାନେ ଏବଂ ବ୍ଲକ, ତହସିଲ, ଆଇସିଡି ଏସ ର ସମସ୍ତ କର୍ମଚାରୀ ମାନେ ସାମିଲ ହୋଇଥିଲେ l

 

ବିଶେଷ କରି ଏହି ଅବସରରେ ତ୍ରିରଙ୍ଗା ରାଲି, ତ୍ରିରଙ୍ଗା କାନଭାସ, ତ୍ରିରଙ୍ଗା ସେଲ୍ଫି କାର୍ଯ୍ୟ କ୍ରମ କରାଯାଇଥିଲା l ଏଥିରେ ଶତାଧିକ ଏସ ଏଚ ଜି ମା ମାନେ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ, ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ବିଜୟ ରଣା, ବିପିଏମ ଗଣେଶ୍ୱର ସ୍ୱାଇଁ ପରିଚାଳନା କରିଥିଲେ l

Exit mobile version