Home ଓଡ଼ିଶା ତଦନ୍ତକାରୀ ଅଧିକାରୀ ଓ ବିଡିଓଙ୍କ ଶରଣରେ ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp *ପୋଷ୍ଟାଲ ବାଲାଟ ମତଦାନରୁ ବୃଦ୍ଧା ବଂଚିତ ହେବା ଘଟଣା *୭୧ ଦିନ ବିତିଗଲାଣି ହେଉନି କାର୍ଯ୍ୟାନୁଷ୍ଠାନ *ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଣିର ଗାର। ୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମର ୯୨ ବର୍ଷର ବୃଦ୍ଧା ତାରାମଣି ସ୍ବାଇଁ ଗତ ୨୦୨୪ ସାଧାରଣ ନିର୍ବାଚନରେ ପୋଷ୍ଟାଲ ମତଦାନରୁ ବଂଚିତ ହେବା ଘଟଣାକୁ ୭୧ ଦିନ ବିତିଗଲାଣି। ମାତ୍ର ଏହି ଘଟଣାରେ ପୁରୀ ଜିଲ୍ଲାପାଳ ଗତ ଜୁନ ମାସ ୩ ତାରିଖରେ ଘଟଣାର ତଦନ୍ତ କରିବା ପାଇଁ କାକଟପୁର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣ ଅଫିସର ଦାୟିତ୍ବରେ ଥିବା ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କୌଳାସ ଚନ୍ଦ୍ର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବାଙ୍ଗୁରିଗାଁ ରାଜସ୍ବ ନିରୀକ୍ଷକ ଅଭୟ କୁମାର ମହାନ୍ତିଙ୍କ ବିରୋଧରେ ଅଦ୍ୟାବଧି ରିଟର୍ଣ୍ଣ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ତଦନ୍ତକାରୀ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଭିଯୋଗକାରୀ ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ । ପୋଷ୍ଟାଲ ମତଦାନରୁ ବଂଚିତ ହେବା ଘଟଣାରେ ତଦନ୍ତକାରୀ ଅଧିକାରୀ ତଥା ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଘଟଣାର ତଦନ୍ତ ନ କରି କାକଟପୁର ବ୍ଲକ ବିଡିଓଙ୍କୁ ଏହାର ତଦନ୍ତ ଦାୟିତ୍ବ ଅର୍ପଣ କରିବା କେତେଦୂର ସମୀଚୀନ ତାହା ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବାଙ୍ଗୁରିଗାଁ ରାଜସ୍ବ ନିରୀକ୍ଷକ ଅଭୟ କୁମାର ମହାନ୍ତି ତଦନ୍ତକାରୀ ଅଧିକାରୀ ଓ କାକଟପୁର ବ୍ଲକ ବିଡିଓଙ୍କୁ ହାତ କରି ତଦନ୍ତ ପ୍ରକ୍ରିୟାରୁ ବଂଚିବା ପାଇଁ ଏକ ଗୁପ୍ତ ମନ୍ତ୍ରଣା କରିଛନ୍ତି ବୋଲି ପୋଷ୍ଟାଲ ମତଦାନରୁ ବଂଚିତ ବୃଦ୍ଧା ତାରାମଣି ସ୍ବାଇଁଙ୍କ ନାତି ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ଗୁରୁତର ଅଭିଯୋଗ କରିଛନ୍ତି। ଜଣେ ବରିଷ୍ଠ ନାଗରିକ ମତଦାନରୁ ବଂଚିତ ହେବା ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ବେ ତଦନ୍ତ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତଦନ୍ତରେ ଶିଥିଳତା ଅବଲମ୍ବନ କରିବା ପଛରେ ଅସଲ ଉଦ୍ଦେଶ୍ୟ କଣ ତାହା ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘଟଣାକୁ ନେଇ ବୃଦ୍ଧାଙ୍କ ନାତି ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ନ୍ୟାୟ ପାଇଁ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବାଙ୍ଗୁରିଗାଁ ରାଜସ୍ବ ନିରୀକ୍ଷକ ଅଭୟ କୁମାର ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁରୀ ଜିଲ୍ଲାପାଳଙ୍କୁ ପୋଷ୍ଟାଲ ମତଦାନରୁ ବଂଚିତ ତାରାମଣି ସ୍ବାଇଁଙ୍କ ନାତି ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ନିବେଦନ କରିଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026 ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026