Home ଓଡ଼ିଶା ମୋରଡା ଥାନାର ନାକତଳେ ବେଆଇନ ଭାବେ ଚାଲିଛି ଗୋ-ଚାଲାଣ : ଗୋ-ଚାଲାଣ କରୁଥିବା ପିକ ଅପ କୁ ଧରିଲା ବଜରଙ୍ଗଦଳ- ଖଣ୍ଡା ଦେଖାଇ ଖସିଗଲା ଡ୍ରାଇଭର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋରଡ଼ା :-> ଗୋ ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ ,ଗୋ ଚାଲାଣ କୁ କେବଳ ହିନ୍ଦୁ ସଙ୍ଗଠନ ବିରୋଧ କରୁଥିବା ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମାବଲମ୍ବୀ ଗୋରୁଙ୍କୁ ନିଜର ଇଷ୍ଟ ଭାବରେ ପୂଜା କରୁଛନ୍ତି । ଅପରପକ୍ଷରେ ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ଗୋ ଚାଲାଣ ଓ ଗୋହତ୍ଯା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ଦାବି କରୁଛନ୍ତି । ଏହି ସବୁ ଘଟଣା କ୍ରମରେ କିନ୍ତୁ ଗୋ ଚାଲାଣ କମିବା ଦେଖିବାକୁ ମିଳୁନାହିଁ . ଦିନକୁ ଦିନ ଗୋମାତା ଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି । ଓଡିଶା ସୀମାନ୍ତ ତଥା ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆ ଛକ ଦେଇ ପଡୋଶୀ ପଶ୍ଚିମବଙ୍ଗ କୁ ହେଉଛି ଗୋ – ଚାଲାଣ । ସୂଚନାଯୋଗ୍ୟ ଯେ ଓଡ଼ିଶା ସୀମାନ୍ତ ତଥା ମୋରଡା ଥାନା ଝିଙ୍କିରିଆ ଛକ ଠାରୁ ପଡୋଶୀ ପଶ୍ଚିମବଙ୍ଗ ମାତ୍ର ୯ ରୁ ୧୦ କିମି । ତେବେ ପ୍ରତ୍ୟେକ ରାତିରେ ବେଧଡକ ଭାବେ ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଞ୍ଚଳ ଦେଇ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ପିକ୍ ଅପ୍ ଗାଡିରେ ଅମାନସିକତା ଓ ଦୟନୀୟ ଭାବରେ ଗାଈ ଗୋରୁ କୁ ନିଆଯାଇଥାଏ । ଯନ୍ତ୍ରଣା ରେ ଛଟପଟ ହେଉଥିବା ଗାଈ ଗୋରୁ ନିଆଯାଉଥିବା ଗାଡି କିପରି ମୁଖ୍ୟ ରାସ୍ତା ସମ୍ମୁଖରେ ଯାଉଛି, ମାନେ ପୋଲିସ ସହିତ ଗୋଟିଏ ସଲାସୁତରା ନିଶ୍ଚିତ ଥିବ ବୋଲି ହୋଇଛି ଅଭିଯୋଗ । ସ୍ଥାନୀୟ ପ୍ରଶାସନ ର କାର୍ଯ୍ୟଧାରା,ଦକ୍ଷତା ଓ ସାଧୁତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ର ଭୂମିକା ସନ୍ଦେହ ଘେରରେ ରହିଛି । ଅଞ୍ଚଳର କେତେକ ହିନ୍ଦୁବାଦୀ ସଂଗଠନ ବଜରଙ୍ଗଦଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗକୁ ଆସି ଜୀବନକୁ ପାଣି ଛଡାଇ ବେଆଇନ ଗୋଚାଲାଣ ରୋକିବାକୁ ବାହାରି ଆସିଛନ୍ତି । ତେବେ ବିଳମ୍ବିତ ରାତିରେ ଝିଙ୍କିରିଆ ଛକ ଦେଇ ତିନୋଟି ପିକ ଅପ ରେ ବେଆଇନ ଭାବେ ଗୋ – ଚାଲାଣ ହେଉଥିବା ବେଳେ ଝିଙ୍କିରିଆ ର ବଜରଙ୍ଗଦଳ ପକ୍ଷ ରୁ ଗାଡ଼ି କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁଇଟି ଗାଡ଼ି ଘଟଣାସ୍ଥଳରୁ ଖସି ପଳାଇଥିଲେ । ତେବେ ଗୋଟିଏ ଗାଡ଼ିକୁ ଅଟକାଇବାରେ ସମର୍ଥ ହୋଇଥିଲା ବଜରଙ୍ଗଦଳ । କିନ୍ତୁ ଡ୍ରାଇଭର ଖଣ୍ଡା ଦେଖାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା ବୋଲି ହୋଇଛି ଅଭିଯୋଗ । ଡ୍ରାଇଭର ସହିତ ଗାଡ଼ି ରେ ଥିଲେ ଆଉ ଦୁଇଜଣ । ତେବେ ଗାଡ଼ିରେ ଥିବା ଗାଈ ଗୋରୁ ର ଗୋଡ଼କୁ ବାନ୍ଧି ଅମାନସିକତା ଓ ଦୟନୀୟ ଭାବରେ ରଖାଯାଇଥିବା ଦେଖିବାକୁ ମିଳିଛି । ପରେ ଉକ୍ତ ଗାଡିରୁ ସମସ୍ତ ଗାଈ ଗୋରୁ କୁ ସୁରକ୍ଷିତ ଭାବେ ଓହ୍ଲାଇ ଖାଦ୍ୟ ଦେଇଥିଲେ ଝିଙ୍କିରିଆ ର ଯୁବଗୋଷ୍ଠୀ । ତେବେ ଉକ୍ତ ଗାଡିରେ ୧୭ଟି ଗାଈ ଗୋରୁ ଥିବା ଜଣାପଡିଛି । ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ରାତିରେ ଝିଙ୍କିରିଆ ଛକ ଠାରୁ ଆରମ୍ଭ କରି ସମସ୍ତ ଛକ ରେ ପୋଲିସ ଜଗୁଥିବା ବେଳେ କିପରି ବେଆଇନ ଗୋ ଚାଲାଣ ହେଉଛି ବୋଲି ଉଠିଛି ପ୍ରଶ୍ନ । ଅପରପକ୍ଷରେ ଦୁଇ ସପ୍ତାହ ତଳେ ବିଳମ୍ବିତ ରାତିରେ ଦୃବୃତ୍ତ ମାନେ ରାସ୍ତା ରେ ବୁଲୁଥିବା ହେଉ କି ଘରେ ବାନ୍ଧାଥିବା ଗାଈ ଗୋରୁ କୁ ମୋରଡା ଥାନା ଅଞ୍ଚଳରୁ ବିଭିନ୍ନ ସ୍ଥାନରୁ ଚୋରି କରି ନେଉଥିବା ଅଭିଯୋଗ ହେଉଥିବା ସହିତ ସିସିଟିଭି ଫୁଟେଜ ର ରେକର୍ଡ ଭିଡିଓ ଭାଇରାଲ ହୋଇଥିବା ସତ୍ତ୍ଵେ ପୋଲିସ ହାତ ଖାଲି । ସ୍ଥାନୀୟ ପ୍ରଶାସନ ର ଆଖି ଆଗରେ ରେ ସବୁ ହେଉଥିଲେ ମଧ୍ୟ ଅର୍ଥ ର ରୋଜଗାରରେ ବନ୍ଧା ତେଣୁ ଧୃତରାଷ୍ଟ୍ର ସାଜି ବସିଛି ବୋଲି ହୋଇଛି ଅଭିଯୋଗ । ତେଣୁ ଉପରିସ୍ଥ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲା ଏସପି ମହାଶୟା ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026