Home ଓଡ଼ିଶା ପଞ୍ଚାୟତ ସ୍ତରୀୟ ହର୍ ଘର୍ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଆଜାଦ୍ କି ଅମୃତ ମହୋତ୍ସବ ଅଧୀନରେ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମନ୍ଵୟରେ ଜିଲ୍ଲାରେ ସାମୁହିକ ଭାବରେ ଅନୁଷ୍ଠିତ ହୋଇଛି ହର୍ ଘର୍ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ। ଏହି କ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ପଞ୍ଚାୟତ ସ୍ତରୀୟ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଳବ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନରେ ଆଲପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ପ୍ରଧାନ, ସଭ୍ୟା ପ୍ରତିନିଧି ଦିଲ୍ଲୀପ କୁମାର ପୋଲେଇ, ପ୍ରଧାନ ଶିକ୍ଷକ କୈଳାସ ପତି ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ପରେ ତ୍ରିରଙ୍ଗା ରାଲି ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିବା ପରେ ତ୍ରିରଙ୍ଗା ଦସ୍ତଖତ ସଂଗ୍ରହ ଅଭିଯାନ ଶେଷ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହୋଇ ସେଲ୍ଫି ପଏଣ୍ଟରେ ତ୍ରିରଙ୍ଗା ପତାକା ଧାରଣ କରି ସେଲଫି ନେଇଥିଲେ। ପରେ ଅତିଥି ମାନେ ସ୍ଵାଧୀନତା ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପ୍ରୀତି ଜାଗ୍ରତ କରିବା ସକାଶେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ମନୋଜ କୁମାର ପୋଲେଇ, ଅଶୋକ କୁମାର ପୋଲେଇ, କାଳୀ ଚରଣ ଦଳାଇ, ସୁବାସ ଚନ୍ଦ୍ର ରାଉତ, ସୁଭ୍ରକେଶ ଦଳାଇ, ୱାର୍ଡ ସଭ୍ୟ, ସ୍ଵୟଂ ସହାୟିକା ଗୋଷ୍ଠୀ,ଏମବିକେ,ସିଆରପି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମେତ ଶିକ୍ଷକ ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଅନୁରୂପ ଭାବେ ପୁଟିଆ ପଦର, ଚାନ୍ଦୁଲି, ନନ୍ଦିକ, ଡି ପାଟପୁର,ଗଣ୍ଡଳା, ସାରୁ, ଭାବନ୍ଧ, ଦୁର୍ବନ୍ଧ, ଶାସନ ଆମ୍ବଗାଁ ଆଦି ପଞ୍ଚାୟତରେ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜନ ପ୍ରତିନିଧି, ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଵଂୟ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀଙ୍କୁ ନେଇ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026