Home ଓଡ଼ିଶା ନୟାଗଡ ଶ୍ରମିକ ସଂଘ ପଖ୍ୟରୁ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ପୂର୍ବାହ୍ନ ୧୧ ଟା ସମୟରେ ନବଗଠିତ “ନୟାଗଡଜିଲ୍ଲା ଟ୍ରେଡୟୁନିୟନ୍ ସମନ୍ବୟ କମିଟି” ର ଦ୍ବିତୀୟ ସାଧାରଣସଭା ନୟାଗଡ ପୁରୁଣାସହରସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିରପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସର୍ବସମ୍ମତିକ୍ରମେ ୧୧ ଜଣିଆ ସ୍ଥାୟୀ ପରିଚାଳନା କମିଟି ମନୋନୟନ କରାଯାଇଥିଲା l ବିଶିଷ୍ଟ ଶ୍ରମିକନେତା ଶୂନ୍ୟଜୟୀ ମିଶ୍ର (ସଭାପତି),ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ(ଉପ-ସଭାପତି),ଯୁବ ସଂଗଠକ ବସୁଦେବ ମହାନ୍ତି (ସାଧାରଣ ସଂପାଦକ), ସମରେନ୍ଦ୍ର ଦାସ(ସହ-ସଂପାଦକ),ରମେଶ ଚନ୍ଦ୍ର ପଣ୍ଡା(କୋଷାଧ୍ୟଖ୍ୟ) ଏବଂ ପ୍ରମୋଦ ମହାରଣା,ରଘୁନାଥ ମହାରଣା,ସଂଜୟ ଦାସ,ସବିତାରାଣୀ ସାଥୁଆ,ପବିତ୍ର ମହାପାତ୍ର,ସନ୍ତୋଷ ନାୟକଙ୍କୁ ଏକଜିକ୍ୟୁଟିଭ୍ ମେମ୍ବରଭାବେ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଥିଲା l ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସୁପରିଚାଳନା,ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସ୍ବାର୍ଥରଖ୍ୟା ଉଦ୍ଦେଶ୍ୟରେ ଏକ ମିଳିତ ଆଲୋଚନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଡିଏଲଓ. ସୁଧୀର କୁମାର ସାହୁ ଦାବିପତ୍ର ଗ୍ରହଣ କରିବାସହ ଆସନ୍ତା ୧୬ ତାରିଖ ଅପରାହ୍ନ ୩ ଟା ସମୟରେ ଆଲୋଚନା କରିବା ନିମନ୍ତେ କମିଟିକୁ ନିମନ୍ତ୍ରଣ କରିଛନ୍ତି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026