
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପରିବେଶ ସୁରକ୍ଷା ପାଇଁ ଭୁବନେଶ୍ୱର ହେରିଟେଜ୍ ରୋଟାରୀ କ୍ଲବ୍ ଆଜି ସ୍ପର୍ଶ ହସ୍ପିଟାଲ୍, କଣ୍ଟାବାଡ଼ କ୍ୟାମ୍ପସରେ ଏକ ମେଗା ପ୍ରତିରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କ୍ଲବର ସଭାପତି ରୋଟାରିଆନ ବିଚିତ୍ରାନନ୍ଦ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ରୋଟାରୀ ଇଣ୍ଟରନ୍ୟାସନାଲ ଜିଲ୍ଲା 3262 ର ଜିଲ୍ଲା ଗଭର୍ନର (ଡିଜି) ରୋଟାରିଆନ ଯଜ୍ଞାଷିଶ ମହାପାତ୍ର କରିଥିଲେ ଓ ରୋଟାରୀ ଜିଲ୍ଲା ପରିବେଶ ଅଧ୍ୟକ୍ଷ, ପୂର୍ବତନ ପ୍ରାନ୍ତପାଳ ରୋଟାରିୟନ୍ ଶିବବ୍ରତ ଦାଶ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିଲେ।

