୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ସ୍ଥିତ ଚିତ ରଞ୍ଜନ ସେବାସଦନର ନୂତନ ସଭା ଗୃହରେ ଏକ ଅଗ୍ନି ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. । ଏହି କାର୍ଯ୍ୟକ୍ରମକୁ ନିଆଳି ଫାୟାର ଷ୍ଟେସନ ର କର୍ମଚାରି ଓ ଏହାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ କୁମର ପରିଜା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଚିତ ରଞ୍ଜନ ସେବା ସଦନ ନିଆଳିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫେସର ସୌମ୍ୟ ରଞ୍ଜନ ମିଶ୍ର ପ୍ରଥମ ଅଧିବେଶନରେ ତାଲିମ ପ୍ରଦାନ କରିଥିବା ବେଳେ ନିଆଳି ଫାୟାର ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କୁମାର ପରିଜା ଦ୍ୱିତୀୟ ଅଧିବେଶନରେ ତାଲିମ ଦେଇଥିଲେ ।

