Home ଓଡ଼ିଶା ଧୂଆଁ ବାଣ ମାରୁଛି ରେଳ ବିଭାଗ,ଡିସେମ୍ବର ସୁଦ୍ଧା ସାରିବ ରେଳପଥ କାର୍ଯ୍ୟ ! by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଖୋର୍ଦ୍ଧା-ବଲାଙ୍ଗୀରେ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଦେଖା ଦେଉଥିବା ସମସ୍ୟାର ତ୍ବରିତ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ବିଶେଷକରି ଚଳିତବର୍ଷ ଜାନୁଆରି ୬ ତାରିଖଠାରୁ ନୂଆଗାଁଠାରୁ ଦଶପଲ୍ଲାକୁ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲା ଅତିକ୍ରମ କରିବା ପାଇଁ ପ୍ରାୟ ୫୦ କିମି ଦଶପଲ୍ଲା ଠାରୁ ବୁଗୁଡା ଦେଇ ବାଣିଗୋଛା ଶେଷ ସୀମା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଛି । ମାତ୍ର ଏହି ୫୦ କିମି ରେଳ ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି । ଏହା ଅତିକ୍ରମ କରିବା ପରେ ରେଳ ପ୍ରକଳ୍ପ ବୌଦ୍ଧ ଜିଲ୍ଲାରେ ପାଦ ଥାପିବ। ଠାଏ ଠାଏ କାମ ହେଉଥିବା ବେଳେ କିଛି ସ୍ଥାନରେ ପ୍ରତିବନ୍ଧକ ଏବେ ବାଟ ଓଗାଳୁଛି । କେଉଁଠି ସଠିକ୍ ଭାବେ ଜମି ଅଧିଗ୍ରହଣ ହୋଇନି ତ ପୁଣି କେଉଁଠି ବର୍ଷବର୍ଷ ଧରି ଜବରଦଖଲରେ ଥିବା ଗ୍ରାମବାସୀଙ୍କୁ କ୍ଷତିପୂରଣ ମିଳୁନି। ଏଥିସହିତ ବାଣିଗୋଛା ମଧ୍ୟରେ ୩ଟି ଟନେଲ୍ ନିର୍ମାଣ ସାଙ୍ଗକୁ ହାତୀ କରିଡ଼ର ଓ ବୃତ୍ତଙ୍ଗ ପ୍ରକଳ୍ପ ଆଦି ନାନା ସମସ୍ୟା ରହିଛି । ଏସବୁ ସମସ୍ୟାକୁ ସୁଧାରିବା ପାଇଁ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଦୈନିକ ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି। ଲୋକଙ୍କ ସହ ଆଲୋଚନା କରି ସମାଧାନର ବାଟ ଫିଟାଉଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର “ ସ୍ମୃତିରଞ୍ଜନ ଶତପଥୀ କହିଛନ୍ତି। ଶ୍ରୀ ଶତପଥୀଙ୍କ କହିବା । ଅନୁଯାୟୀ, ୨୦୧୮ ମସିହାରେ ଆର୍ଡିସିଙ୍କ ରିପୋର୍ଟ ଅନୁଯାୟୀ ତଦନ୍ତ ରିପୋର୍ଟ ଯାହା ରହିଛି ଲୋକଙ୍କୁ ସେହି ଅନୁଯାୟୀ କ୍ଷତିପୂରଣ ମିଳିବ। ଏହା ମଧ୍ୟରେ ଟାକରାଗ ଗୋପାଳପୁରଠାରେ ଜମି ଅଧିଗ୍ରହଣକୁ ନେଇ ମାମଲା ଲା। ହାଇକୋର୍ଟରେ ରହିଛି। ସେହିଭଳି ଝିଣ୍ଟିକାବାରିଠାରେ ଓ ରହିଥିବା ସମସ୍ୟାର ସମାଧାନ ହୋଇସାରିଛି। ବୁଗୁଡ଼ା କଲୋନିଠାରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ପ୍ରକଳ୍ପ ା। କାର୍ଯ୍ୟକୁ ବିରୋଧ କରି ଆସୁଥିବା ବେଳେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଯାହାକୁ ନେଇ ସେମାନେ ଛି ମଧ୍ୟ ଉଚିତ କ୍ଷତିପୂରଣ ପାଇବେ । ସେହିଭଳି ଜାମୁସାହିର ଦୁଡ଼ୁକିପାଜୁଠାରେ ଗ୍ରାମବାସୀ ସରକାରୀ ଜାଗା ଉପରେ ମୁଁ ରହିଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ଥଇଥାନ ଓ । କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଖୁବ୍ଶୀଘ୍ର ସେମାନଙ୍କୁ ଥଇଥାନ ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା ଦି କରାଯାଉଥିବା କହିଛନ୍ତି। କ୍ଷତିଗ୍ରସ୍ତ ପରିବାର ଯେଭଳି ସଠିକ୍ ଭାବେ କ୍ଷତିପୂରଣ ପାଇ ପାରିବେ ସେନେଇ କାର୍ଯ୍ୟ ଚାଲୁ ରହିଛି। ଅନ୍ୟପାର୍ଶ୍ଵରେ ବୃତ୍ତଙ୍ଗ ଜଳସେଚନ ଯୋଜନା ଓ ହାତୀ କରିଡ଼ର ପ୍ରତି କ୍ଷତି ନହେବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026