ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭି ଯୋଗ ଶୁଣାଣି ଶିବିର

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :->  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ. ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ମୋଟ 66 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିରୁ ବ୍ୟକ୍ତିଗତ 50 ଟି, ଗୋଷ୍ଠିଗତ ସମସ୍ୟା 16 ଟି, ବ୍ୟକ୍ତିଗତ ମଧ୍ୟରୁ ରେସନକାର୍ଡ 2ଟି, ଆବାସ 5ଟି, ଜମିଜମା 7ଟି, ଭତ୍ତା 4ଟି, ପୋଲିସ ସହାୟତା 1 ଟି, ଅନ୍ୟାନ୍ୟ 18ଟି ଅଭିଯୋଗର ଶୁଣାଣି କରିଥିଲେ l

13ଟି ଅଭିଯୋଗ ତତ୍କାଳ ଫଇସଲା ହୋଇଥାଇ l ଏହି ଶିବିରରେ ଏସ. ପି. ରାହୁଲ ପି ଆର ଜିଲ୍ଲାପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା, ତହସିଲଦାର ସଞ୍ଜୟ କୁମାର ବେହେରା ଏସଡିପିଓ ରଶ୍ମିରଂଜନ ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

ପ୍ରମୁଖ ଅଭିଯୋଗ ମଧ୍ୟରେ ପ୍ରସ୍ତାବିତ ଭାରତ ମାଳା ରାସ୍ତା କୁ ବିରୋଧ କରି ଚାଷୀ ତ୍ରୈଲୋକ୍ୟ ଜେନା ଏକ ଅଭିଯୋଗ କରିଥିଲେ, ଶଙ୍କରପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଭଗ୍ନ ବାତ୍ୟା ଆଶ୍ରୟସ୍ଥଳୀ କୁ ତୁରନ୍ତ ଭାଙ୍ଗିବା ପାଇଁ ସରପଞ୍ଚ ରମେଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଥିଲେ l ଗୋପୀନାଥପୁର ଗ୍ରାମର ନିରୋଜ ସାହୁ, ଅଶ୍ୱିନୀ ସାହୁ 5ନମ୍ବର କେନାଲ ବନ୍ଧ କୁ ଓ ସେଠାରୁ ବାହାରି ଥିବା କାଡl ନାଳକୁ ଜବର ଦଖଲ ମୁକ୍ତ କରିବାକୁ ଅଭିଯୋଗ କରିଥିଲେ l

ଦରଡ଼ା ଗ୍ରାମ ର ପ୍ରମୋଦ ବେହେରା ହଂସୁଆ ନଦୀ ଦୁଇପଟେ ବନ୍ଧ କରିବା ଜାନକୀ ନାଥ ମିଶ୍ର ଦରଡ଼ାପାରି ଗ୍ରାମର ସ୍ମଶାନ କରିବାକୁ ଆପତ୍ତି କରିଥିଲେ l ବାରଡ଼ିଆ ଗ୍ରାମପଂଚାୟତ ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଧୁଶାସନ ମହାପାତ୍ର ଅଭିଯୋଗ କରିଥିଲେ l ଜିଲ୍ଲାପାଳ ସୋନାଲ ଏଗୁଡିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l

Exit mobile version