Home ଓଡ଼ିଶା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇଯାଇଛି। ଶ୍ରୀମତୀ ଅନୁଜା ତାରିଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ୍ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପାଠାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ୍. ଆର୍. ରଙ୍ଗନାଥନଙ୍କ ଜନ୍ମଦିବସକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳନ କରାଯାଇଥାଏ I ଆଜିର ଗ୍ରନ୍ଥାଗାରିକ ଦିବସରେ ସର୍ବପ୍ରଥମେ ପଦ୍ମଶ୍ରୀ ଏସ୍. ଆର୍. ରଙ୍ଗନାଥନଙ୍କ ଫଟୋଚିତ୍ରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀମାନେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଶ୍ରୀ ମହାପାତ୍ର ନିଜର ଅଭିଭାଷଣରେ ଏକ ଶିକ୍ଷିତ ଓ ସୁଦୃଢ ସମାଜ ଗଠନରେ ପାଠାଗାରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ରାଜ୍ୟ ଗ୍ରନ୍ଥାଗାର ତରଫରୁ ପାଠକ ଓ ପାଠିକା ମାନଙ୍କ ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ। ଏଥି ସହିତ ଭାଷା ଓ ସାହିତ୍ୟ ପ୍ରେମୀମାନଙ୍କ ପାଇଁ ପାଠାଗାର ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ମତପ୍ରକଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ପାଠାଗାରରେ ସମସ୍ତ କର୍ମଚାରୀ ଓ ପୂର୍ବତନ ଗ୍ରନ୍ଥାଧ୍ଯକ୍ଷମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସଂଘମିତ୍ରା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026