Home ଓଡ଼ିଶା କାର୍ଯ୍ୟରେ ଯୋଗଦାନ କଲେ ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସଏ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜର :-> ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସଏ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାପାଳ ତଥା ଦଣ୍ଡାଧିକାରୀ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସଏଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ସମେତ, କଲେକ୍ଟରେଟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଗଣ ସ୍ୱାଗତ ଜଣାଇ ଥିଲେ ଏବଂ ଶ୍ରୀ ସଏ ବିଦ୍ଧିବଦ୍ଧ ଭାବରେ ସରକାରୀ ନିୟମ ଅନୁସାରେ ଅଧିକାରୀକ ପତ୍ରରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାନୁସାରେ, ପଞ୍ଚାପୀଢ଼ ଉପଖଣ୍ଡ ପାଇଁ ସୋମବାର ଦିନ ଜନଶୁଣାଣୀ, ସଦର ମହକୁମା କରଞ୍ଜିଆ ଠାରେ ଥିବା ବେଳେ, ଜିଲ୍ଲାପାଳ କରଞ୍ଜିଆ ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସେଠାରୁ ଫେରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ତଥା ଘରେ ଘରେ ତ୍ରିରଙ୍ଗା ସମାରୋହ ପାଇଁ ସମସ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ। ଜିଲ୍ଲାପାଳ ଶ୍ରୀ ସଏ ଏହା ପୂର୍ବରୁ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। 2017 ବ୍ୟାଚର ଭାରତୀୟ ପ୍ରଶାସନିକା ସେବା ଅଧିକାରୀ ଶ୍ରୀ ସାଏ ଏହା ପୂର୍ବରୁ କୋରାପୁଟରେ ଜ଼ିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ମେଳାପୀ ଏବଂ ମିଷ୍ଟଭାଷୀ ବ୍ୟକ୍ତି ଭାବେ ପ୍ରସିଦ୍ଧ ଶ୍ରୀ ସଏଙ୍କ ନିଜ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ। ମୟୂରଭଞ୍ଜ ଜିଲ୍ଲା ସହିତ ଶ୍ରୀ ସାଏଙ୍କ ସମ୍ପର୍କ ଅତି ନିବିଡ… ଆଇଏଏସ ଶିକ୍ଷାନବୀଷ ଭାବରେ ସେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କାର୍ଯ୍ୟ କରିଛନ୍ତି ବୋଲି ମଧ୍ୟ ସୂଚନା ପ୍ରାପ୍ତ। ମୟୁରଭଞ୍ଜ ଜିଲ୍ଲା ଜଣେ ଓଡ଼ିଆ ଆଇଏଏସ ଅଧିକାରୀଙ୍କୁ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାପାଳ ରୂପରେ ଅନେକ ଦିନ ପରେ ପାଇଥିବାରୁ ଜନ ମାନସରେ ଏକ ଅଦ୍ଭୁତ ପୂର୍ବ ଖୁସି ପରିଲକ୍ଷିତ ହୋଇଛି। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026