Home ଓଡ଼ିଶା ମୟୁରଭଞ୍ଜ ଜିଲ୍ଲାରେ ବିଶ୍ଵ ହସ୍ତୀ ଦିବସ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ :-> ମୟୁରଭଞ୍ଜ ଜିଲ୍ଲାରେ ବିଶ୍ଵ ହସ୍ତୀ ଦିବସ ପାଳନ କରାଯାଇଛି । ମାନ୍ୟବରମନ୍ତ୍ରୀ ଶ୍ରୀଯୁକ୍ତ ଈଂ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଉପସ୍ତିତିରେ ମୟୂରଭଞ୍ଜ ର ବିଧାୟକ ଗଣ ତଥା ଜଙ୍ଗଲ ଅଧିକାରୀ ଙ୍କ ଉପସ୍ତିତିରେ ଏହା ପାଳନ କରାଯାଇଛି l ହାତୀମାନଙ୍କ ସୁରକ୍ଷା ଏବଂ ଏହାର ଯତ୍ନ ତଥା ଏମାନଙ୍କ ଖାଦ୍ୟପେୟ । ଏହିପରି ବିଭିନ୍ନ ଦିଗରେ ହାତୀମାନଙ୍କ ସୁରକ୍ଷା ନେଇ ଆରଚନା କରାଯାଇଛି । ମାନ୍ୟବର ମନ୍ତୀ ତଥା ଅଧିକ।ରୀ ତାଙ୍କ ମତାମତ ସାବ୍ୟସ୍ତ. କରିଛନ୍ତି । ବନବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା ୧୪ଟି ହାତୀ କରିଡର ମଧ୍ୟରୁ ୪ଟି ଆନ୍ତଃରାଜ୍ୟ କରିଡର ଥିବାବେଳେ ବାକି ସବୁ ଆନ୍ତଃଜିଲ୍ଲା କରିଡର । ଆନ୍ତଃରାଜ୍ୟ ମଧ୍ୟରେ ଥିବା କରିଡର ଗୁଡ଼ିକ ହେଉଛି ବାଦାମପାହାଡ଼ (ମୟୂରଭଞ୍ଜ)-ଧୋବାଧୋବଣୀ (ଝାଡ଼ଖଣ୍ଡ), ବାଦାମପାହାଡ଼ (ମୟୂରଭଞ୍ଜ)- କରିଡ଼ା (ଝାଡ଼ଖଣ୍ଡ), ପଶ୍ଚିମବଙ୍ଗ-ଦେଉଳୀ- ଶୂଳିଆପଦା ଏବଂ କାରୋ (କେନ୍ଦୁଝର)- କରମପଡ଼ା (ଝାଡ଼ଖଣ୍ଡ)। ୩ଟି କରିଡର ଓଡ଼ିଶା ସହ ଛତିଶଗଡ଼ ରହିଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗ ସହ ଯୋଡ଼ିହୋଇ ରହିଛି। ଆନ୍ତଃଜିଲା କରିଡର ଗୁଡ଼ିକ ମଧ୍ୟରେ ଶିମିଳିପାଳ- ହଦଗଡ଼- କୁଲଡିହା, ତେଲକୋଇ-ପାଲଲହଡ଼ା, ମୟୂରଭଞ୍ଜ ଜିରିଡାମାଲି- ଅନନ୍ତପୁର, କହ୍ନେଇଜେନା- ଅନନ୍ତପୁର, ବୁଗୁଡ଼ା-ସେଣ୍ଟ୍ରାଲ ଆର୍ଏଫ୍ (ନୟାଗଡ଼ ଡିଭିଜନ), ନୂଆଗାଁ-ବାରୁଣୀ,ତାଳ-ଖୋଲଗଡ଼, ବାରପାହାଡ଼-ତରଭା-କଣ୍ଟାମାଳ, କୋଟଗଡ଼-ଚନ୍ଦ୍ରପୁର ଓ କର୍ଲାପାଟ-ଉର୍ଲଡନି ରହିଛି। ଏ ସମସ୍ତ କରିଡର ୮୭୦.୬୧ବର୍ଗକିମି ହୋଇଥିବା ବେଳେ ଦୈର୍ଘ୍ୟ ୪୨୦.୮କିମି ବୋଲି ୨୦୧୦ରେ ହୋଇଥିବା ସର୍ଭେରୁ ଜଣାପଡ଼ିଥିଲା। ଗତ ୧୪ ବର୍ଷ ମଧ୍ୟରେ ହାତୀ କରିଡର ବହୁ ପରିମାଣରେ ପ୍ରଭାବିତ ହୋଇଛି। ଅନ୍ୟପଟେ ଯଦି ଦେଖିବା ରାଜଧାନୀ ଉପକଣ୍ଠ ୨୦୧୭ରେ ଭରତପୁର ସଂରକ୍ଷିତ ଜଙ୍ଗଲ ହାତୀ ଶୂନ୍ୟ ଥିଲା। କେବଳ ଭରତପୁର ଜଙ୍ଗଲ ନୁହେଁ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ମଧ୍ୟ ମାତ୍ର ଗୋଟିଏ ହାତୀ ଚଳପ୍ରଚଳ କରୁଥିଲା। କଂକ୍ରିଟ୍ ଜଙ୍ଗଲ ଘେରି ରହିଥିବା ସବୁଜିମାମୟ ଏହି ପରିବେଶକୁ ହାତୀମାନେ ପୁଣିଥରେ ଆପଣାଇ ନେଇଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏବେ ୪୫ଟି ହାତୀ ରହିଛନ୍ତି। ଅଭୟାରଣ୍ୟରେ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୪ଟି ଅଣ୍ଡିରା ହାତୀ ଅଛନ୍ତି। ସେଥିମଧ୍ୟରୁ ଦନ୍ତାହାତୀଙ୍କ ସଂଖ୍ୟା ୧୦ ଓ ମାକନାଙ୍କ ସଂଖ୍ୟା ୪ । ଉଭୟ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୭ଟି ମାଈ ହାତୀ ଅଭୟାରଣ୍ୟରେ ଚଳପ୍ରଚଳ କରୁଛନ୍ତି। ଅଭୟାରଣ୍ୟରେ ଭରପୂର ଖାଦ୍ୟ ରହିଥିବାରୁ କିଶୋର ଓ ଛୁଆ ହାତୀଙ୍କୁ ମିଶାଇ ୧୪ଟି ଚନ୍ଦକା ଜଙ୍ଗଲର ଶୋଭା ବୃଦ୍ଧି କରୁଛନ୍ତି। ଭରତପୁରରୁ ଆରମ୍ଭ କରି କୁମାରଖୁଣ୍ଟି ପର୍ଯ୍ୟନ୍ତ ମାଇଲ ମାଇଲ୍ ଅଞ୍ଚଳରେ ବାଉଁଶ ବୁଦା ରହିଥିବାରୁ ହାତୀଙ୍କ ବାସସ୍ଥାନ ପାଇଁ ଏହା ବେଶ ସୁହାଉଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026