Home ଓଡ଼ିଶା ବେଆଇନ ରାସ୍ତା ନିର୍ମାଣ କରି ଜଵରଦଖଲକୁ ପ୍ରୋତ୍ସାହନ ଦେଉଛି – କୋଣାର୍କ ଏନ୍ଏସି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp * ରାଜସ୍ବ ଵିଭାଗ ଵିନା ଅନୁମତିରେ ନିର୍ମାଣ ଚାଲିଛି ୭୦ରୁ ଅଧିକ ରାସ୍ତା * ଜମିମାଫିଆଙ୍କ ଦ୍ୱାରା ପ୍ରଭାବିତ ଏନ୍ଏସି ପ୍ରଶାସନ * ନିମ୍ନମାନର ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ହରିଲୁଟ ୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଏନ୍ଏସିର ବିଭିନ୍ନ ୱାର୍ଡରେ ରାଜସ୍ୱ ମୌଜାର ନକ୍ସାରେ ରାସ୍ତାର ପରିଚୟ ନଥିବା ଜମିରେ ରାଜସ୍ୱ ଵିଭାଗର ଵିନା ଅନୁମତିରେ କୋଣାର୍କ ଏନ୍ଏସି ପ୍ରଶାସନ ପକ୍ଷରୁ ଶତାଧିକ ରାସ୍ତା ନିର୍ମାଣ କରାଯାଇ ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି। ସରକାରୀ ଜମି ଜବରଦଖଲ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କୁ ଗମନାଗମନ ନିମନ୍ତେ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କରି ଚାଲିଛି ଏନ୍ଏସି ପ୍ରଶାସନ। କେତେକ ସ୍ଥାନରେ କାଁ ଭାଁ ଜଣେ ଦୁଇଜଣ ଲୋକଙ୍କ ବାସସ୍ଥଳୀ ପାଇଁ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କରାଯାଇଛି। ଏହି ବେଆଇନ ରାସ୍ତା ନିର୍ମାଣ ଫଳରେ ସଂପୃକ୍ତ ଅଞ୍ଚଳରେ ଜମି ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ନୋଟାରୀ ଏଗ୍ରିମେଣ୍ଟ ମାଧ୍ୟମରେ କିଣାବିକା ଚଳାଇଛନ୍ତି। ଏପରି ବେଆଇନ ରାସ୍ତା ନିର୍ମାଣରେ ସରକାରୀ ଅନାବାଦୀ, ଗୋଚର, ଗ୍ରାମ୍ୟ ଜଙ୍ଗଲ, ଶ୍ମଶାନ ସମେତ ସଇରାତକୁ ମଧ୍ୟ ଵ୍ୟଵହାର କରାଯାଇଛି। ଜମି ମାଫିଆଙ୍କୁ ଖୁସ୍ କରିବା ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଵା ରାସ୍ତାଗୁଡିକ ଅତ୍ୟନ୍ତ ନିମ୍ନମାନର। ରାସ୍ତା ନିର୍ମାଣ ଅଞ୍ଚଳରେ ପୂର୍ବରୁ କୌଣସି ସ୍ଥାୟୀ ବାସିନ୍ଦା ନଥିବାରୁ ରାସ୍ତା ନିର୍ମାଣର ଗୁଣବତ୍ତା ସଂପର୍କରେ ପ୍ରଶ୍ନ କରିବା ପାଇଁ କେହି ନାହାନ୍ତି। ଏଣୁ ଜମି ମାଫିଆଙ୍କୁ ଅନୁକମ୍ପା ସ୍ୱରୂପ ନିର୍ମାଣ କରାଯାଉଥିବା ରାସ୍ତାରୁ ଭଲ ମୁନାଫା ଠିକାଦାର, ନିର୍ବାହୀ ଅଧିକାରୀ ଓ ଏନ୍ଏସି ଅଧ୍ୟକ୍ଷାଙ୍କୁ ମିଳୁଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କାର ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏହିସଵୁ ନିର୍ମାଣ କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ରରେ ମୋହର ମାରୁଥିବା ପୁରୀ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଏହି ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ଥିଵା ସ୍ପଷ୍ଟ ହୋଇଛି। ମୁଖ୍ୟତଃ ନଟ୍ ଫାଇନାଲ ରାଜସ୍ୱ ମୌଜା ମାଧିପୁରର ୧୦ନମ୍ଵର ୱାର୍ଡ, ଵେରୁହଁର ୧୧, ୧୨ ଓ ୧୩ ନମ୍ବର ୱାର୍ଡ, କୋଣାର୍କ ମୌଜାର ୬ ଓ ୯ ନମ୍ବର ୱାର୍ଡ ଏଵଂ ୮ ନମ୍ବର ୱାର୍ଡରେ ରାଜସ୍ୱ ନକ୍ସାରେ ରାସ୍ତାର ମାନ୍ୟତା ନଥିବା ଜମିରେ ବେଆଇନ ଭାବେ ୭୦ଟିରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ମୁଖ୍ୟତଃ ବେଆଇନ ଭାବେ ଜମି ଜବରଦଖଲ କରିଥିବା ଜମି ମାଫିଆ ଓ ପ୍ରଶାସନର ସଲାସୁତୁରାରେ ରାସ୍ତା ନିର୍ମାଣ ଚାଲିଛି । ଫଳସ୍ୱରୂପ ସରକାରୀ ଜମି ଜବରଦଖଲ କରି ମାଳମାଳ କୋଠା ଗଢିଉଠିଛି। ଶହଶହ ବେଆଇନ କୋଠା ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିଵା ଵାଲି ରାଜସ୍ବ ଵିଭାଗ ଜମି ଓ ଜଙ୍ଗଲରୁ ଚୋରି ହେଉଛି। ଦିନରାତି ଵାଲିମାଫିଆଙ୍କ ଉତ୍ପାତରେ କୋଣାର୍କର ଚାରିଆଡ଼େ କୃତ୍ରିମ ହ୍ରଦ ସୃଷ୍ଟି ହେବାସହ ବ୍ୟାପକ ଵୃକ୍ଷ ସଂପଦ ନଷ୍ଟ ହୋଇସାରିଛି। ଅନ୍ୟପଟେ ରାଜସ୍ବ ଵିଭାଗ ଏନେଇ ନିରଵତା ଅବଲମ୍ବନ କରିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୮୯ଟି ପ୍ରକଳ୍ପ ନିମନ୍ତେ ଟେଣ୍ଡର ଡକାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା। ତନ୍ମଧ୍ୟରେ ରହିଛି ୭୦ଟି ରାସ୍ତା ସମେତ କଲଭର୍ଟ, ପାଚେରୀ ଓ ଅନ୍ୟାନ୍ୟ ନିର୍ମାଣ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬୦ଭାଗ କାମ ସରିବା ଉପରେ। ଅଧିକାଂଶ ପ୍ରକଳ୍ପର ବିଲ୍ ମଧ୍ୟ ଦିଆସରିଲାଣି । ଗୋଟିଏ ପଟେ ନିକଟ ଅତୀତରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଗ୍ରିମେଣ୍ଟ ମାଧ୍ୟମରେ ସରକାରୀ ଜମି ହସ୍ତାନ୍ତର କରୁଥିବା ଜମି ମାଫିଆଙ୍କଠାରୁ ସତର୍କ ରହିଵା ନିମନ୍ତେ ଡାକବାଜି ପ୍ରଚାର କରାଯାଇଛି। ଅନ୍ୟପଟେ ଜମି ମାଫିଆଙ୍କ ସହିତ ଏନ୍ଏସି ପ୍ରଶାସନର ମଧୁଚନ୍ଦ୍ରିକା ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଜଵରଦଖଲକୁ ପ୍ରୋତ୍ସାହନ ଦେଇଚାଲିଛି। ଏନ୍ଏସି ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ ବିରୁଦ୍ଧରେ ୭ନମ୍ଵର ୱାର୍ଡର ବାସିନ୍ଦା ମଙ୍ଗରାଜ ନାୟକ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ୧୦ନମ୍ଵର ୱାର୍ଡର ଭଗଵତୀ ରୋଡରୁ ଭେଙ୍କଟେଶ୍ୱର ସ୍କୁଲ ପାର୍ଶ୍ୱରେ ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଵା ବେଆଇନ ରାସ୍ତାକୁ ଲୋକେ ରାତିଅଧିଆ ତାଡି ଦେଇଛନ୍ତି। ଫଳରେ ୧୦ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ସଂପ୍ରତି କୋଣାର୍କ ଏନ୍ଏସିରେ କାର୍ଯ୍ୟରତ ଅବସରପ୍ରାପ୍ତ କର୍ମଚାରୀ ସର୍ଵେଶ୍ୱର ପ୍ରଧାନ ଓ ରାଜସ୍ବ ଵିଭାଗ ମଧ୍ୟରେ ଏହି ଜମିକୁ ନେଇ ହାଇକୋର୍ଟରେ ମାମଲା ବିଚାରଧୀନ ଅଛି। ରାଜସ୍ବ ଵିଭାଗର ବିନା ପରାମର୍ଶରେ ନିର୍ବାହୀ ଅଧିକାରୀ ରାସ୍ତା ନିର୍ମାଣ କରି ସରକାରୀ ଅନୁଦାନ ହରିଲୁଟ କରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏନ୍ଏସି ପ୍ରଶାସନର ଏପରି ଉଦ୍ଦେଶ୍ୟମୂଳକ ଅପରିଣାମଦର୍ଶୀ କାର୍ଯ୍ୟକଳାପ ବିରୁଦ୍ଧରେ ସିପିଆଇ ନେତା ମନୋରଞ୍ଜନ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026