ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) କେନ୍ଦୁଝର :- ଗୋନାସିକା ମନ୍ଦିର ମନୋରମ ସବୁଜ ଉପତ୍ୟକା ଏବଂ ନାନାବିଧ ରଙ୍ଗର ଉଚ୍ଚ ତରଙ୍ଗାୟିତ ପାହାଡ଼ ପରିବେଷ୍ଟିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ପ୍ରସିଦ୍ଧ ମନ୍ଦିର ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ । ଏଠାରେ ଚିରସ୍ରୋତା ବୈତରଣୀ ନଦୀ ଘାଇରେ ଦୁଇ ନାକପୁଡା ଦେଇ ଉଦଗମ । ଆଶ୍ଚର୍ଯ୍ୟର ବିଷୟ, ନଦୀଟି କିଛିଦୂର ବହିଆସି ହଠାତ୍ ଗୁପ୍ତହୋଇ ପୁଣି ବ୍ରହ୍ମାକୁଣ୍ଡରେ ଆବିଭୃତ ହୋଇଥିବାରୁ ଏହାର ନାମ ‘ଗୁପ୍ତଗଙ୍ଗା’ । ମହାଦେବ ବ୍ରହ୍ମେଶ୍ଵରଙ୍କୁ ଉତ୍ସର୍ଜିତ ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୬୫୪-୧୬୫୮ ମଧ୍ୟରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ରମଣୀୟ ସ୍ଥାନ ଦୁର୍ଲଭ ଉଦ୍ଭିଦ ଏବଂ ବନୀ ପଶୁପକ୍ଷୀଙ୍କ ଦ୍ଵାରା ପରିପୂର୍ଣ ଏବଂ ପ୍ରାଚୀନ ଜନଜାତି ଜୁଆଙ୍ଗରେ ଜୀବନଚର୍ଜ୍ୟା ଗବେଷଣାର ପ୍ରକୃଷ୍ଠ କ୍ଷେତ୍ର । କେନ୍ଦୁଝର ସହରଠାରୁ ଏହି ସ୍ଥାନର ଦୂରତା ମାତ୍ର ୩୦ କି:ମି ।
ପ୍ରାଚୀନ ଜନଜାତି ଜୁଆଙ୍ଗରେ ଜୀବନଚର୍ଯ୍ୟା ଗବେଷଣାର ପ୍ରକୃଷ୍ଠ କ୍ଷେତ୍ର ଗୋନାସିକା ମନ୍ଦିର

- Categories: Uncategorized, ଓଡ଼ିଶା, ହୋମ୍
Related Content
ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର
by
Proprietor Abhimanyu Maharana
October 9, 2026
ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ
by
Proprietor Abhimanyu Maharana
October 9, 2026
SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ
by
Proprietor Abhimanyu Maharana
October 9, 2026
ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ
by
Proprietor Abhimanyu Maharana
October 8, 2026
ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ
by
Proprietor Abhimanyu Maharana
October 8, 2026
୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 8, 2026