Home ଓଡ଼ିଶା SHG ଜରୀୟା ରେ ଶିଶୁଙ୍କୁ ପୋଷାକ ବଣ୍ଟନ ନିଷ୍ପତ୍ତିକୁ ବିରୋଧ କରି CDPO ଙ୍କ ଅଫିସି ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଳକ ପରିସର ସମନ୍ବିତ ଶିଶୁ ମଙ୍ଗଳ ଅଧିକାରୀଣୀ (CDPO) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବ୍ଳକ ଅଙ୍ଗନବାଡି କର୍ମୀ ଙ୍କ ତରଫରୁ ଏକ ଧାରଣା ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଏହିକି , ସରକାର ଅଙ୍ଗନବାଡି ବା’ ପ୍ରାକ ବିଦ୍ୟାଳୟର ର ଶିଶୁ ମାନଙ୍କୁ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ର ର କର୍ମୀଙ୍କ ଜରୀୟାରେ ପୋଷାକ ବିତରଣ କାର୍ଯ୍ୟ ଶୃଙ୍ଖଳା ର ସହ କରୁ ଥିଲାବେଳେ ଗତବର୍ଷ ଏକ ମହିଳା ଗୋଷ୍ଠୀ ଜରୀୟାରେ ବେପାରୀଆ ଧାରାରେ ମାପ ବିହୀନ,ଚିରା ଫଟା ଓ ବଜାର ରୁ ମିଳୁଥିବା ନିମ୍ନ ମାନର ରେଡିମେଡି ପୋଷାକ ଯୋଗୁଁ ପୋଷାକ ବିତରଣ ବିଶୃଙ୍ଖଳା ହେବା ସହ ନାନାଦି ସମସ୍ୟା ସ୍ରୁଷ୍ଟି ହେବାରୁ ଏହା ବିଫଳ ହୋଇ ଥିଲା । ଫଳରେ ଉକ୍ତ ନିଷ୍ପତ୍ତି ପ୍ରତ୍ଯାହାର ହେବା ସହ ପୂର୍ବଭଳି ଅଙ୍ଗନବାଡି କର୍ମୀ ମାନେ ଶୃଙ୍ଖଳାର ସହ ପୋଷାକ ବିତରଣ କରି ଆସୁ ଥିଲେ। ଏହା ସତ୍ବେ ପ୍ରଶାସନ ଅଙ୍ଗନବାଡି କର୍ମୀ ଙ୍କ ଅଜ୍ଞାତରେ ଚଳିତ ବର୍ଷ ମଧ୍ଯ ଠଣା ପଲ୍ଲୀ ର ନୀଳାଞ୍ଚଳ SHG କୁ ପୁନର୍ବାର ପୋଷାକ ବିତରଣ କରିବାକୁ ନିର୍ଦ୍ଦେଶ ଦେଇ ରଣପୁର ଅଞ୍ଚଳରେ ହୀନ ଉଦ୍ଦ୍ୟମ କରିଥିବାରୁ ଏହାକୁ ତୁରନ୍ତ ବାତିଲ୍ କାରିବାକୁ କାରିବାକୁ ଗତ ୫ ଅଗଷ୍ଟ ରେ ଶିଶୁ ଅଧିକାରୀଣୀ ଙ୍କୁ ସଙ୍ଘ ତରଫରୁ ଲିଖତ ଅଭିଯୋଗ କରିଥିଲେ। ଏଥି ପ୍ରତି ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଆଜି ଏହାର ପ୍ରତିବାଦ କରି ଅଙ୍ଗନବାଡି କର୍ମୀ ମାନେ ଗଣ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ବୋଲି ସଂଗଠନ ତରଫରୁ କୁହାଯାଇଛି । ପୂର୍ବପରି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଅଶାନ୍ତ ନ ହେବା ପାଇଁ SHG ଜରୀଆରେ ପୋଷାକ ବିତରଣ ନିଷ୍ପତ୍ତି କୁ ପ୍ରତ୍ଯାହାର କରିବା କୁ ଦାବୀ କରାଯାଇଛି । ଅଙ୍ଗନବାଡି କର୍ମୀ ଶିଶୁ ମାନଙ୍କର ମା ଭଳି ସବୁ କାର୍ଯ୍ଯ କରୁଥିବା ରୁ ଓ ପ୍ରତି କାର୍ଯ୍ଯ ପାଇଁ ସେ ଦାୟୀ ଥିବାରୁ ଉନ୍ନତ ମାନର ସୁସମ ପୋଷାକ ବିତରଣ ଓ ଶୃଙ୍ଖଳା ପରିଚଳନା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ସଂଗଠନ ତରଫରୁ ଦାବୀ କରାଯାଇଅଛି । ଏହି କ୍ଷେତ୍ରରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ଦାବୀ ପତ୍ର ପ୍ରତିନିଧି ମଣ୍ଡଳୀ ଜରୀୟାରେ ଦେଉଥିଲା ବେଳେ ରଣପୁର ସି ଡି ପି ଓ,ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ପ୍ରଶାସନ ଟାଳଟୁଳ ନୀତି ନେଲେ ଭବିଷ୍ଯତ ରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଛି । ରଣପୁର ବ୍ଳକ ଅଙ୍ଗନବାଡ଼ି ସଙ୍ଘ ତରଫରୁ ସଙ୍ଗଠିତ ନ୍ୟାୟୋଚିତ ଆନ୍ଦୋଳନ କୁ ସିଟୁ ର ରାଜ୍ୟ ସମ୍ପାଦକ ସୁରେଶ ସ୍ଵାଇଁ ସମର୍ଥନ କରିଥିଲାବେଳେ ଅଙ୍ଗନବାଡି କର୍ମୀ ରମ୍ଭାବତି ପ୍ରଧାନ, ପୁଷ୍ପାଞ୍ଜଳି ସାହୁ,ରାଜଲକ୍ଷ୍ମୀ ସାମନ୍ତରାୟ,ମୀନତି ଦେଇ,ସୁଜାତା ସେନାପତି,ମାନସୀ ଭଞ୍ଜ , ତିଳୋତ୍ତମା ପ୍ରତିହାରୀ,ଗୀତାଞ୍ଜଳି ରାଉତ,ମମତା ମଞ୍ଜରି ଦେଇ ଓ ବିଣାପାଣୀ ନାୟକ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ। ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିବେଦନ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026