ନୟାଗଡ଼ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଏକାଦଶ ଦିବସରେ ରଣପୁର ବ୍ଲକ୍ ଅନ୍ତର୍ଗତ ଖଇରପଲ୍ଲୀ ଓ ରାଜସୁନାଖଳା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।

ଖଇରପଲ୍ଲୀ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ଏବଂ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ତାରିଆ ଠାରେ ବୃକ୍ଷ ରୋପଣ , ବାଲିଆ ଗ୍ରାମ ଏବଂ ରାଜସୁନାଖଳା ଗ୍ରାମ ପଞ୍ଚାୟତର କୋଟଗଡ଼ ଗ୍ରାମରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ ଓ ଗଙ୍ଗଶିଉଳି ଭଳି ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ କରାଯାଇଅଛି ।

ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୃନ୍ଦାବନ ମହାନ୍ତି (ସରପଞ୍ଚ, ଖଇର ପଲ୍ଲୀ ଗ୍ରା. ପ ) ବିଶିଷ୍ଟ ଅତିଥି ଭାବେ ସମାଜସେବୀ ରବୀ ନାରାୟଣ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ଵ ରଂଜନ ଓ ହେମନ୍ତ କୁମାର ବିଶ୍ବାଳ (ରବି ସାର୍), ୱାର୍ଡ ସଭ୍ୟ ଅଶୋକ ସାମନ୍ତରାୟ ଯୋଗଦେଇ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ ।

ବିଶେଷ କରି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତି ବେଶ୍ ପ୍ରେରଣା ଦାୟୀ ହୋଇଥିଲା । ଏହାସହ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସାହୁ , ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ, ସଦସ୍ୟ ବିଭୂତି କୁମାର ଜେନା ,ପବିତ୍ର ଇନ୍ଦ୍ରଜିତ , ସଦସ୍ୟା ପୂର୍ଣ୍ଣିମା ମହାପାତ୍ର, ବ୍ୟଙ୍ଗ କଲମ ସମ୍ପାଦକ ରବୀନ୍ଦ୍ର ରାଉତ , ଧ୍ରୁବ ଚରଣ ପରିଡ଼ା, ଜୟଦେବ ମହାରଣା,

ବାଳକୃଷ୍ଣ ଷଡ଼ଙ୍ଗୀ, ତୋଫାନ ମୁଦୁଲି, ଦେବରାଜ ସାହୁ, ବବୁଲ ଦାସ, ନବ ସାଥୁଆ, ସଞ୍ଜୟ ଦୋରା, କିଶୋର ଦୋରା, ସନ୍ତୋଷ କୁମାର ମହାପାତ୍ର, ଅଜୟ କୁମାର ସାମନ୍ତରାୟ, ଗୋପାଳ ଚନ୍ଦ୍ର ବସ୍ତିଆ, ଶରତ କୁମାର ନାୟକ, ସନ୍ତୋଷ କହଳସିଂହ, ବେଲେଶ୍ୱର ପରିଡ଼ା ଓ ଅମିତ କୁମାର ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version