ସଂକୁଳ ସ୍ଥରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବେଗୁନିଆ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୧୧/୦୮ ରିଖ ରବି ବାର ଦିନ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ପ୍ରାୟ ଦଶଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଯଥା ରଣପୁର, ସାରଙ୍ଗଧର ପୁର, ସୁର୍କାବାଡି, ବୋଲଗଡ, ରାଜସୁନାଖଳା, କଡବ୍, ବେଗୁନିଆ, ଗୋଲାପୋଖରି, ଧଳାପଥର, ବରପଦା ଆଦି ବିଦ୍ୟାଳୟରୁ ପ୍ରାୟ ଦୁଇ ଶହ ଛାତ୍ର ଛାତ୍ରୀ ନିଜ ନିଜ ବିଦ୍ୟାଳୟର ଶିକ୍ଷକ ,

ଶିକ୍ଷୟତ୍ରୀ ମାନଙ୍କ ସହ ଆସି ପ୍ରତି ଯୋଗିତାରେ ଭାଗ ନେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତିନୋଟି ବର୍ଗରେ ଯଥା ବିଜ୍ଞାନ, ଗଣିତ ଓ ସଂସ୍କୃତି ଜ୍ଞାନ କୁ ନେ ୧୬ ଟି ପ୍ରତି ଯୋଗିତା କରା ଯାଇ ପ୍ରତେକ୍ ବିଭାଗରୁ ତିନି ଜଣ ଲେଖାଏଁ ଜିଲ୍ଲା ସ୍ତରୀୟ ପ୍ରତି ଯୋଗୀତା ନିମନ୍ତେ ଚୟନ କରାଯାଇଛି । ମୂଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ମଧୁସୂଦନ ସୁବୁଦ୍ଧି , ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ, ସଂକୁଳ ସଂଯୋଜକ ବିଚିତ୍ରା ନନ୍ଦ ରଥ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହିତ ପ୍ରମାଣ ପତ୍ର ପ୍ରଧାନ କରିଥିଲେ ।

ବେଗୁନିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ରଥ ସଭାପତିତ୍ବ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହ ସମ୍ପାଦକ ସରୋଜ କୁମାର ବେହେରା , ଗୁରୁଜୀ, ଗୁରୂମା ତଥା ସଙ୍କୁଳରୁ ଆସିଥିବା ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ ଜ୍ଞାନ ବିଜ୍ଞାନ ମେଳା ସୃଙ୍କଳିତ ଭାବେ ପରିସମାପ୍ତ ହୋଇ ଥିଲା, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ନିଜ ନିଜ ର ପ୍ରତିଭା କୁ ପ୍ରତିପାଦନ କରି ଖୁସି ବ୍ୟକ୍ତ କରିଥିଲେ ।

Exit mobile version