୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୟୂରଭଞ୍ଜର :-> ସୋମବାର ଦିନ ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସଏ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାପାଳ ତଥା ଦଣ୍ଡାଧିକାରୀ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସଏଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ସମେତ, କଲେକ୍ଟରେଟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଗଣ ସ୍ୱାଗତ ଜଣାଇ ଥିଲେ ଏବଂ ଶ୍ରୀ ସଏ ବିଦ୍ଧିବଦ୍ଧ ଭାବରେ ସରକାରୀ ନିୟମ ଅନୁସାରେ ଅଧିକାରୀକ ପତ୍ରରେ ଦାୟିତ୍ୱ ଗ୍ରହଣ କରିଥିଲେ।
