୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ହାରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଛକାପଂଝା ଚାଲିଛି। ଗତ ୨୩ ତାରିଖରୁ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ଅଧ୍ୟକ୍ଷା ପଦବୀ ପାଇଁ ବର୍ତମାନ ସୁଦ୍ଧା କାହାରିକୁ ଦାୟିତ୍ୱ ଦିଆଯାଇନାହିଁ। ଜିଲାପାଳ ଆଜି ପର୍ଯ୍ୟନ୍ତ ପୌରାଧ୍ୟକ୍ଷାଙ୍କ ବହିସ୍କାର ଉପରେ କୌଣସି ଚିଠି ଜାରି କରି ନାହାନ୍ତି।
