Home ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ପର୍ଯ୍ୟାବରଣ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ବାରିପଦା ଗସ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଧାୟକ ମାନଙ୍କ ସହ କଲେ ବିଭାଗୀୟ କାର୍ଯ୍ୟ ଓ ଯୋଜନା ମାନଙ୍କର ସମୀକ୍ଷା ୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମାନ୍ୟବର ଜଙ୍ଗଲ, ପରିବେଶ ଏବଂ ପର୍ଯ୍ୟାବରଣ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ରବିବାର ଦିନ ବାରିପଦା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସହିତ ଆଗାମୀ ପଦକ୍ଷେପ ଏବଂ କାର୍ଯ୍ୟପନ୍ଥା ବିଷୟରେ ଜିଲ୍ଲା ସ୍ତରୀୟ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା ତଥା ବିମର୍ଶ କରିଥିଲେ। ବାରିପଦାସ୍ଥ ମଞ୍ଚାବନ୍ଧା ବନ୍ୟ ବିଭାଗୀୟ ଡାକବଙ୍ଗଳା ବୈଠକ ଗୃହରେ ଏହି ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବନ ଖଣ୍ଡ ବିଭାଗ ସମେତ ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ, ମୟୂରଭଞ୍ଜ ପ୍ରଭାଗୀୟ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟ, ଜିଲ୍ଲା କର୍ମଚାରୀ ରାଜ୍ୟ ବୀମା କାର୍ଯ୍ୟାଳୟଙ୍କ ବିଭାଗୀୟ କାର୍ଯ୍ୟର ଜିଲ୍ଲା ସ୍ତରୀୟ ମାନକ ବୃଦ୍ଧି ପାଇଁ ସମୀକ୍ଷା କରିଥିଲେ। ସୂଚନା ଥାଉକି ବିଭିନ୍ନ ଯୋଜନା ଅଧୀନରେ ଜଙ୍ଗଲ କାର୍ଯ୍ୟକଳାପ ଏବଂ ଚାଲୁଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ସମୀକ୍ଷା, ମୟୂରଭଞ୍ଜ ଜିଲ୍ଲାର କାରଖାନା, ବଏଲର ସଂଗଠନର କାର୍ଯ୍ୟକଳାପର ସମୀକ୍ଷା ଏବଂ ଜଙ୍ଗଲ ଭିତ୍ତିଭୂମି ବିକାଶ ପାଇଁ ଆୟୋଜିତ ଏହି ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ସହ ମାନ୍ୟବର ବିଧାୟକ, ଉଦଳା ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ ଏବଂ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ମଧ୍ୟ ଯୋଗ ଦେଇ ଜିଲ୍ଲାରେ ତଥା ନିଜ ନିଜ ବ୍ୟକ୍ତିଗତ ନିର୍ବାଚନ ମଣ୍ଡଳୀରେ ହୋଇ ଆସୁଥିବା ଏବଂ ହେଉଥିବା ବିଭିନ୍ନ ଉନ୍ନତିମୂଳକ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଜନହିତକର କାର୍ଯ୍ୟ ଗୁଡିକର ପ୍ରଗତି ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟତଃ କେନ୍ଦ୍ର ସରକାରଙ୍କର ଏକ ପେଡ ମା କେ ନାମର ପ୍ରୟାଗ ଜିଲ୍ଲାରେ କିଭଳି ହେଉଛି ସେ ବିଷୟରେ ବିଶଦ ବିବରଣୀ, ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପଚାରି ବୁଝିଥିଲେ ଏବଂ ଜିଲ୍ଲାରେ ଏହାର ସୁଉଚ୍ଚ ପ୍ରକ୍ରିୟାକରଣ ବିଷୟରେ ଜାଣିବାକୁ ପାଇଁ ସନ୍ତୁଷ୍ଟି ପ୍ରକାଶ କରିଥିଲେ। ଏହି ସମୀକ୍ଷା ବୈଠକରେ, କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ଟାଇଗର ରିଜର୍ଭ, ଡଃ ପ୍ରକାଶ ଗୋଗିନେନି, ଉପ-ନିର୍ଦ୍ଦେଶକ, ଶିମିଳିପାଳ (ଦକ୍ଷିଣ), ଶ୍ରୀ ସମ୍ରାଟ ଗୌଡା, ବିଭାଗୀୟ ଜଙ୍ଗଲ ଅଧିକାରୀ, ବାରିପଦା ଶ୍ରୀ ଉମା ମହେଶ, ସହକାରୀ ବନ ସଂରକ୍ଷଣକାରୀ, ଶ୍ରୀ ରବି ନାରାୟଣ ମହାନ୍ତି ଓ ଶ୍ରୀ ଅରୁଣ ବିଶ୍ୱାଳଂକ ସମେତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ମହାମାନସିଂ ଓ ଅନ୍ୟାନ୍ୟ ବନ ବିଭାଗୀୟ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026