Home ଓଡ଼ିଶା ଗଡର ଗ୍ରାମରେ ଅଗ୍ନିଶମ ବିଭାଗର ସଚେତନ କାର୍ଯ୍ୟକ୍ରର୍ମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ପ୍ରତ୍ୟେକ ରବିବାର ଭଳି ଏହି ରବିବାର ମଧ୍ୟ ଆର. ଉଦୟଗିରି ଅଗ୍ନିଶମ ବିଭାଗକୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ଅଧିକାରୀ ଶ୍ରୀ ରାହୁଲ ବାରିଆ , ଓ ଅଗ୍ନିଶମ କର୍ମଚାରୀ ଶ୍ରୀଧର ସେଠୀ ,ରମାକାନ୍ତ ପ୍ରଧାନ, ନଳିନୀ ସେଠୀ ,ମୌସମ ରଞ୍ଜନ ଡାଙ୍ଗୁଆ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଶ୍ରୀ ଅଂଶୁମାନ ପଣ୍ଡା , ବାବୁଲା ସେଠୀ,ସିମାପୁଜାରି ,ବର୍ଶାରାନି ମହାକୁଡ ଉପସ୍ଥିତ ଥିଲେ । ସମସ୍ତ ଅତିଥିମାନଙ୍କୁ ସମ୍ମାନ ସହିତ ଗାଆଁ ମୁଣ୍ଡରୁ ସଙ୍କୀର୍ତ୍ତନ କରି ପୁଷ୍ପ ଚନ୍ଦନ କରି ସ୍ଵାଗତ କରି ଆଣିବା ସହ ସତ୍ସଂଗରେ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଗ୍ରାମର ଯୁବତୀ ମାନେ । ପରେ ଅଗ୍ନିଶମ ଅଧିକାରୀ ଶ୍ରୀ ରାହୁଲ ଅଗ୍ନିଶମ ବିଭାଗ ବିଷୟରେ ବୁଝାଇବାସହ ଶ୍ରୀଧର ସେଠୀ ଗଡର ଗ୍ରାମ ବାସୀଙ୍କୁ ପ୍ରାଞ୍ଜଳ ଭାବେ ଅଗ୍ନିକୁ କିପରି ଆୟତ କରିବେ ଓ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ କିପରି ସୁରକ୍ଷା କରିବେ ସେ ବିଷୟରେ ଉପସ୍ଥାପନା ପାରିଥିଲେ । ଏପରିକି ଆପାଟିକାଲିନ ପରିସ୍ଥିତିରେ ଲୋକଙ୍କୁ କିଭଳି ଉଦ୍ଧାର କରିବେ ସେ ବିଷୟରେ ମଧ୍ୟ ଉପସ୍ଥାପନା କରିଥିଲେ । ପରିଶେଷରେ ସାମ୍ବାଦିକ ଅଂଶୁମାନ ପଣ୍ଡା ଗ୍ରାମବାସୀଙ୍କୁ କିଛି ଉଦବୋଧନ ଦେଇ ସେ ଲୋକଙ୍କ ସମସ୍ୟାରେ ସବୁବେଳେ ସାଥିରେ ରାହିବାସହ ସମସ୍ୟାର କିଭଳି ସମାଧାନ ହେବ ସେନେଇ ଲୋକଙ୍କୁ ବୁଝାଇଥିଲେ । ଅଗ୍ନିଶମ ବିଭାଗ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ସେମାନଙ୍କୁ ସଚେତନ କରିଥିବାରୁ ଗ୍ରାମ ବାସୀଙ୍କ ତରଫରୁ ୱାର୍ଡ ସଭ୍ୟ ଶ୍ରୀ ମୋହନ ବଡ଼ ନାୟକ ,ସମ୍ପାଦକ ଦଣ୍ଡପାଣି ମାଝୀ ,ପୂଜକ ରଘୁନାଥ ଦାସ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରଶାସନ ଶୁଣିଲାନି, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି by Proprietor Abhimanyu Maharana October 3, 2026 ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026 ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026