୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓଡ଼ିଶାର ବିଶିଷ୍ଟ ପାଲା ଗାୟକ ଗାୟକ ରତ୍ନ ସ୍ଵର୍ଗତ ଲୋକନାଥ କର ଙ୍କ ର ଶିଷ୍ୟ ଗାୟକ ପ୍ରଦୀପ ନବ କିଶୋର ମହାରଣା ଦୀର୍ଘ ଏକ ବର୍ଷ ହେଲା ଦୂରାରୋଗ୍ୟ ମସ୍ତିଷ୍କ ଆଘାତ ଜନିତ ରୋଗ ର ଶିକାର ହୋଇ ନିଜ ଵଡପଦର ସ୍ଥିତ ବାସଗୃହ ରେ ଘୋର ଶାରିରୀକ କଷ୍ଟ ଓ ବିଷାଦ ମଧ୍ୟରେ କାଳ କଟାଉଛନ୍ତି । ଜଣେ ବିଶିଷ୍ଟ କବି, କଳାକାର ଓ ଆଗଧାଡିର ପାଲା ଗାୟକ ଭାବରେ ସେ ରାଜ୍ୟ ରେ ଏକଦା ପ୍ରସିଦ୍ଧି ଲାଭ କରିଥିଲେ । ନାଚୁଣୀ ଗୋଦାବରୀଶ ହାଇସ୍କୁଲ ରୁ ମାଟ୍ରିକ ପାଶ୍ କଲାପରେ ସେ ଚାକିରୀ ପଛରେ ନ ଗୋଡାଇ ଓଡିଶାର ଲୁପ୍ତପ୍ରାୟ ଲୋକକଳା ପାଲା ର ଆକର୍ଷଣ ରେ ଓଡ଼ିଆ ସାହିତ୍ୟ ର ପ୍ରଚାର ଓ ପ୍ରସାର କଳ୍ପେ ପ୍ରଭୁ ସତ୍ୟପୀର ଙ୍କ ପାଦତଳେ ନିଜକୁ ସମର୍ପିତ କରି ଚାମର ଧରି ଥିଲେ। ଜଣେ ସୁଲେଖକ, କବି ଭାବରେ ସେ ଛାତ୍ର ଜୀବନ ରୁ ପରିଚିତ ଥିଲେ।
