୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ବଲାଙ୍ଗିର ର ତହଁକ ସାହିତ୍ୟ କୁଟୁମ ଏଵଂ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖା ମିଳିତ ଆନୁକୁଲ୍ୟରେ କୋସଲି ଭାସାର ସୁରକ୍ଷା ପାଇଁ ଝକେର କୋସଲି କବିତା ଆସର ରବିବାର ଅନୁଷ୍ଠିତ ହୋଇଯାଇଛି। କବି ନିରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଗର୍ନ୍ଧମାର୍ଦ୍ଦନ ସୁରକ୍ଷା ନେତା ଥବିର ମେହେର, ସମ୍ମାନିତ ଅତିଥି ରୂପେ କୋଶଳ ବାଦୀ ନେତା ତଥା ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁ, ହରିଶଙ୍କର ବନାଞ୍ଚଳ ଅଧିକରୀ ଅରବିନ୍ଦ ନାଏକ୍ , କବି ବିରଞ୍ଚି ନାରାୟଣ ଦାସ , ଅଭୟ ତ୍ରିପାଠୀ,ପ୍ରବିଣ ପୁରୋହିତ, ଗୋପୀନାଥ ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ଥିଲେ ।

