ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା,୩ ଟି ପ୍ରକଳ୍ପ ବିଭାଗକୁ ମନୋନିତ୍ 

୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->  ବେଗୁନିଆ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଓଡ଼ିଶା ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଗର ରାଜସୁନାଖଳା ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୮ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ୫୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

ସେଥି ମଧ୍ୟରୁ ଶିଶୁବର୍ଗ,ବାଲବର୍ଗ ଓ କିଶୋରବର୍ଗରୁ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥିଙ୍କ ପ୍ରକଳ୍ପ ବିଭାଗ ସ୍ତରକୁ ମନୋନୀତ ହୋଇଛନ୍ତି। ଅନ୍ୟ ବିଦ୍ୟାର୍ଥିଙ୍କ ପ୍ରକଳ୍ପକୁ ସ୍ଥାନୀୟ ପ୍ରାଥମିକ ସ୍ଵାସ୍ଥ୍ୟ ଉପକେନ୍ଦ୍ର ଆୟୁଷ ଡାକ୍ତର ମଧୁସୂଦନ ସୁବୁଦ୍ଧି ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version