Home ଓଡ଼ିଶା ସାମ୍ପ୍ରତିକ ସ୍ଥିତିରେ ଶିକ୍ଷକ ଓ ଶିକ୍ଷା ସମ୍ପର୍କିତ ଆଲୋଚନା ଚକ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ପଥୁରୀପଡ଼ା ଗ୍ରାମ ସ୍ଥିତ ମା ମହାବେରେଣୀ ପୀଠ ପରିସରରେ ବାଙ୍କୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସାମ୍ପ୍ରତିକ ସ୍ଥିତିରେ ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଶିକ୍ଷକ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା, ସଂପାଦକ ବିଭୁପ୍ରସାଦ ସାହୁ ଓ ପୂର୍ବତନ ସଂଗଠନ ସମ୍ପାଦକ ତଥା ବେଗୁନିଆ ବ୍ଲକ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକମାନଙ୍କ ହାତରୁ ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା ହଟେଇବା, ପୋଷାକ ଔଷଧ ବଣ୍ଟନ ସହ ଅଣଶୈକ୍ଷିକ କାର୍ଯ୍ୟରୁ ମୁକ୍ତ କରିବା, ଶିକ୍ଷକଙ୍କ କ୍ୟାଡର ତ୍ରୁଟିପୂର୍ଣ୍ଣ ସଂଶୋଧନ ଓ ତୁରନ୍ତ ପଦୋନ୍ନତି ତଥା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଶିକ୍ଷକ ନିଯୁକ୍ତି ଆଦି ବିଷୟରେ ଆଲୋଚନା କରାଯାଇଥିଲେ । ଏହି ଆଲୋଚନା ଚକ୍ରରେ ମଣ୍ଡଳ ସ୍ତରରୁ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇ ଥିବା ରମେଶ ବେହେରା, ବିରଞ୍ଚି ନାରାୟଣ ପୃଷ୍ଟି, ନରୋତ୍ତମ ବେହେରା, ସୂର୍ଯ୍ୟମଣି ବେହେରା, ଦୀପକ କୁମାର ମହାପାତ୍ର ଅଜୟ କୁମାର ପଲେଇ, ବସନ୍ତ କୁମାର ପରିଡ଼ା, ବଳଭଦ୍ର ମହାପାତ୍ର, ହରେକୃଷ୍ଣ ପାଣିଗ୍ରାହୀ, ହରପ୍ରିୟା ମିଶ୍ର, ଅଶୋକ ସାହୁ, ରଞ୍ଜିତ ପରିଡା, ମିଟୁ ବେହେରା, ସଞ୍ଜୟ କୁମାର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶିକ୍ଷକ କାଳନ୍ଦୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026