୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ବହୁ ଯୋଜନାରେ ଗ୍ରାମ୍ୟ ଦାଣ୍ଡ ଓ ଗ୍ରାମୀଣ ଲୋକଙ୍କ ଯାତାୟାତ ନିମନ୍ତେ କଂକ୍ରିଟ ପକ୍କା ସଡକ ରାସ୍ତା ଅଥବା ପିଚୁରାସ୍ତା ନିର୍ମାଣ ହୋଇ ସୁଗମନାଗମନର ବ୍ୟବସ୍ଥା କରାଯାଉଅଛି । ତେବେ ରାଜନେତା କିମ୍ବା ବିଭାଗୀୟ ଅଧିକାରୀମାନଙ୍କ ମନମାନିରେ ଏଯାବତ ବୋଲଗଡ଼ ବ୍ଲକରେ ଅନେକ ଗ୍ରାମରାସ୍ତା ଅଧା ପନ୍ତରିଆ ଭାବେ ପଡିରହି ଥିବା ଦେଖିବାକୁ ମିଳିଛି । ଏହାର ଏକ ନିଚ୍ଛକ ନମୁନା ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅଧୀନ ସଂପୁର ଗ୍ରାମର ବଣିଆସାହି ପଶ୍ଚିମ ତରଫ ଦାଣ୍ଡ ଅସଜଡ଼ା ଅବସ୍ଥାରେ ଦୀର୍ଘଦିନ ଧରି ପାଣିଜମିବା ସହିତ ପରିବେଶ ସନ୍ତସନ୍ତିଆ କାଦୁଅ ପଚପଚରେ ପରିପୂର୍ଣ୍ଣ ହୋଇ ରହିଅଛି । ସାଧାରଣ ଲୋକେ ଯାତାୟାତରେ ବିଶେଷ ସମସ୍ୟା ସୃଷ୍ଟି ହେବା ସହ ପଚା ଆବର୍ଜନା ପାଣି ଜମିବା ଫଳରେ ନାନା ସଂକ୍ରାମକ ରୋଗ ହେବାର ଆଶଙ୍କାକୁ ଏଡାଇ ହେବନାହିଁ ।
