ଶ୍ରୀ ଶ୍ରୀ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ତଦନ୍ତ ପରେ ସମସ୍ୟା ସମାଧାନ କଲେ ଉପଜିଲ୍ଲାପାଳ

ବିଦ୍ୟାଳୟର କିଛି କର୍ମଚାରୀ ଗତକିଛି ଦିନ ତଳେ ଅଧକ୍ଷାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଉପଜିଲ୍ଲାପାଳ ଆଲୋଚନା କରିଥିଲେ । ସଭାପତି କର୍ଣ୍ଣଦେବ ସମାଦ୍ଧାରଙ୍କ ଉପସ୍ଥିତିରେ ସମାଧାନ ହୋଇଥିବା ଜଣାପଡିଛି ।

୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ  :->  ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆନ୍ତରିଣ ସମସ୍ୟାକୁ ନେଇ ଗତ କିଛି ଦିନ ତଳେ ଲଗିରହିଥିବା ବିବାଦ ନୟାଗଡ ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କର୍ଣ୍ଣଦେବ ସମାଦ୍ଧାରଙ୍କ ଉପସ୍ଥିତିରେ ସମାଧାନ ହୋଇଥିବା ଜଣାପଡିଛି । ଏଥି ନେଇ ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ବୈଠକରେ ନୟାଗଡ ଉପଜିଲ୍ଲାପାଳ କର୍ନଦେବ ସମାଦାର ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ଅଧକ୍ଷାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ତେବେ ବିଦ୍ୟାଳୟର କିଛି କର୍ମଚାରୀ ଗତକିଛି ଦିନ ତଳେ ଅଧକ୍ଷାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଉପଜିଲ୍ଲାପାଳ ଆଲୋଚନା କରିଥିଲେ ।

 

ବିଦ୍ୟାଳୟର ଗଛିତ ପାଣ୍ଠିକୁ ଆତ୍ମସାତ କରିବା ଓ ଅତିଥି ଶିକ୍ଷକମାନଙ୍କୁ ଦରମା ପ୍ରଦାନ ନକରିବା ଓ ଅଣଶିକ୍ଷକମାନଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ସମ୍ପର୍କରେ ଉପଜିଲ୍ଲାପାଳ ଅଧକ୍ଷାଙ୍କୁ ସ୍ପଷ୍ଟିକରଣ ମାଗିଥିଲେ । ତେବେ ଅଧକ୍ଷା ପୂର୍ବରୁ ବ୍ୟାଙ୍କ ପାସ ବୁକରେ ଥିବା ବିଦ୍ୟାଳୟର ସଂଚିତ ଟଙ୍କାକୁ ଇପିଏଫ୍ କମିଶନର ସିଜ୍ କରି ଜବରଦସ୍ତ ଟଙ୍କା ଉଠାଇନେବା ଘଟଣାରେ ବିଦ୍ୟାଳୟର ବ୍ୟାଙ୍କ ପାସବୁକ୍‌ର ଷ୍ଟେଟମେଟଂ ଉପଜିଲ୍ଲାପାଳଙ୍କୁ ଦେଖାଇଥିଲେ । ଯାହା ଫଳରେ ଅଧକ୍ଷା ଅତିଥି ଶିକ୍ଷକମାନଙ୍କୁ ଦରମା ଦେଇପାରିନଥିବା ପ୍ରକାଶ କରିଛନ୍ତି । ଅନ୍ୟପରି ଅଧକ୍ଷା ମଧ୍ୟ କିଛି କର୍ମଚାରୀ ତାଙ୍କୁ ବିଭିନ୍ନ ସମୟରେ ବିଦ୍ୟାଳୟର ନିତୀ ନିୟମରେ ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ଅଧିଯୋଗ ଆଣିଥିଲେ ।

ସେ ଏଥିରେ ସହମତି ପ୍ରକାଶ ନ କରିବାରୁ ତାଙ୍କ ବିରୁଦ୍ଧରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଉପଜିଲ୍ଲାପାଳ ତଥା ସଭାପତି ଅଭିଯୋଗକାରୀ କର୍ମଚାରୀମାନଙ୍କୁ ସ୍ପଷ୍ଟିକରଣ ମାଗିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ଦେଇପାରିନଥିଲେ । ପରେ ବୈଠକରେ ଉପଜିଲ୍ଲାପାଳ ସମସ୍ତ ଅଭିଯୋଗର ଅନୁସନ୍ଧାନ କରି ଉଚ୍ଚ୍ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ ଅନୁଯାୟୀ ଶିକ୍ଷକ ଓ ଅଣ ଶିକ୍ଷକମାନେ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ସେହିପରି କେବଳ ଅତିଥି ଶିକ୍ଷକମାନେ ପୂର୍ବ ନିର୍ଘଟଂ ଅନୁଯାୟୀ ସପ୍ତାହରେ ୩ଦିନ କାର୍ଯ୍ୟ କରିବେ । ଅଧକ୍ଷା ଶିକ୍ଷକ ଓ ଅଣଶିକ୍ଷକମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କ ଛୁଟି ଓ ସମସ୍ୟା ପ୍ରତି ଧାନ ଦେବେ । କୌଣସି କର୍ମଚାରୀ ଅଧକ୍ଷାଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ ବୋଲି ଉପ ଜିଲ୍ଲାପାଳ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ନିର୍ଦ୍ଦେଶ ଦେଇଥିଲେ ।

Exit mobile version