Home ଓଡ଼ିଶା କଳିଙ୍ଗ ବଡି ବିଲ୍ଡିଂ ସଂଘର ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କଳିଙ୍ଗ ବଡି ବିଲଡିଂ ଆସୋସିଏଶନର ଏକ ସାମ୍ବାଦିକ ସମ୍ମିଳନୀ ରବିବାର ଫୁଲବାଣୀ ସ୍ଥିତ ମା’ ନାରାୟଣୀ ଯାତ୍ରା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଘ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ସଂଘ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବଡି ବିଲଡିଂ, ସୁନ୍ଦର ସ୍ୱାସ୍ଥ୍ୟ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ଯେଉଁମାନେ ଭଲ ବଡି ବିଲଡିଂ କରୁଛନ୍ତି, ସେମାନେ କିପରି ଲୋକାଲୋଚନକୁ ଆସିବେ ଏବଂ ବେଶ୍ ସୁନାମ କମାଇବେ ତାହା ସଂଗଠନର ମୂଳ ଲକ୍ଷ୍ୟ । ଆସନ୍ତା ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଚମ୍ପିୟନସିପ୍୍ କାର୍ଯ୍ୟକ୍ରମ ଆୟୋଜନ ହେବ । ଯେଉଁମାନେ ଏଥିରେ ଭଲ ପ୍ରଦର୍ଶନ କରିବେ ସେମାନେ ସମ୍ବଲପୁରରେ ହେବାକୁ ଯାଉଥିବା ମିଷ୍ଟର ଓଡିଶା ଚମ୍ପିୟନସିପ୍ରେ ଭାଗ ନେବେ । ଏଥିରେ ଭଲ ପ୍ରଦର୍ଶନ କରିବା ପ୍ରତିଯୋଗୀ ରାଜ୍ୟସ୍ତରରେ ଭାଗ ନେବେ ବୋଲି ଅନୁଷ୍ଠିତ ଖବରଦତା ସମ୍ମିଳନୀରେ ସମ୍ପାଦକ ମହାନ୍ତି ସୁଚନା ଦେଇଛନ୍ତି । ସେହିପରି ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହଯୋଗ କରିବା, ବଡି ବିଲଡିଂ କରୁଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରୋତ୍ସାହନ ଦେବା ଏବଂ ଏହି ପ୍ରତିଯୋଗୀତାକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ । ୨୦୨୨ରେ ହରିୟାନାରେ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଆମ ସଂଘ ଉତମ ପ୍ରଦର୍ଶନ କରି ୧୩ଟି ମେଡାଲ ଜିତି ଥିଲା ବୋଲି ସଂଘ ଉପ ସଭାପତି ଏମ୍କେ ସ୍ୱାଇଁ ପ୍ରକାଶ କରିଥିଲେ । ଅନୁଷ୍ଠିତ ଏହି ଖବରାତା ସମ୍ମିଳନୀରେ ସଂଘ ରାଜ୍ୟ ଯୁଗ୍ମ ସମ୍ପାଦକ ନିଶାନ୍ତ ବହିଦାର, ସଂଗଠନ ସମ୍ପାଦକ ବାଳକୃଷ୍ଣ ବାଗ, କୋଷାଧ୍ୟକ୍ଷ ନୀଳକଣ୍ଠ ବାରିକ, ସମ୍ବଲପୁର ଜିଲା ସମ୍ପାଦକ ଅମିତାଭ ପରିଡା, ଖୋର୍ଦ୍ଦା ସମ୍ପାଦକ ସଂଗ୍ରାମ ସାମନ୍ତରାୟ, ନୂଆପଡା ସମ୍ପାଦକ ସୌରଭ ସାହୁ, ବାରିପଦା ସମ୍ପାଦକ ସରୋଜ କୁମାର ଦାସ, ପୁରି ସମ୍ପାଦକ ଚିତରଂଜନ ବେହେରା, ଫୁଲବାଣୀ ସମ୍ପାଦକ ରାଜୀବ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026