Home ଓଡ଼ିଶା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୃଦୃଢ଼ କରିବା ନିମନ୍ତେ ରାଜ୍ୟ ଗ୍ରସ୍ତରେ ଯୁବ ଓ ଛାତ୍ର ବିଜେଡ଼ି ସଭାପତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରାଜ୍ୟବ୍ୟାପୀ ସଂଗଠନ ଖସଡ଼ା ପ୍ରସ୍ତୁତ କରିବ ଯୁବ ଓ ଛାତ୍ର ବିଜେଡ଼ି ସଭାପତି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆହୁରି ସଶକ୍ତ ଓ ସୁଦୃଢ଼ ହୋଇ ରାଜ୍ୟବ୍ୟାପୀ ଜନସେବା ଜାରି ରଖିବ । ୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୃଦୃଢ଼ କରିବା ନିମନ୍ତେ ରାଜ୍ୟ ଯୁବ ବିଜେଡ଼ି ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ରାଜ୍ୟବ୍ୟାପୀ ସଂଗଠନ ଖସଡ଼ା ପ୍ରସ୍ତୁତି ନିମନ୍ତେ ଏକ ରାଜ୍ୟ ଗ୍ରସ୍ତ କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ଯାହା ଦ୍ଵାରା ରାଜ୍ୟର ସମସ୍ତ ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡ଼ି ସଭାପତିଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ କରି ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରିବା ସହ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବାନିମନ୍ତେ ଏକ ସଂଗଠନ ଖସଡ଼ା ପ୍ରସ୍ତୁତ କରାଯିବ । ପ୍ରଥମ ଦିନରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ବିଜେଡ଼ି କର୍ମକର୍ତ୍ତାଙ୍କୁ ନେ଼ଇ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଆଗାମୀ ଦିନରେ ବିଜୁ ଛାତ୍ର ଯୁବ ଜନତା ଦଳର କାର୍ଯ୍ୟକ୍ରମ ସ୍ଥିର କରିବା ସହ ସଙ୍ଗଠନକୁ ତୃଣମୂଳ ସ୍ତରରୁ ବ୍ୟାପକ କରିବା ନିମନ୍ତେ ସଂଗଠନ ଖସଡ଼ା ପ୍ରସ୍ତୁତ କରାଗଲା । ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଜନତା ଦଳ ଭାରତ ବର୍ଷର ସର୍ବବୃହତ ଆଞ୍ଚଳିକ ଦଳ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ଷ ତମାମ ରାଜ୍ୟବ୍ୟାପୀ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହେ । ଏହି ପରିପେଖିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାରେ ସଂଗଠନ କର୍ମକର୍ତ୍ତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଯାହାଦ୍ଵାରା ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ସହ ଆଗାମୀ ଦିନର ଦଳର ଆଭିମୂଖ୍ୟ ଏବଂ ସଙ୍ଗଠନ ସମ୍ପର୍କରେ ଆଲୋଚନା କରାଗଲା । ଏହିପରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଗାମୀ ଦିନରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ନିଜର କାର୍ଯ୍ୟପନ୍ଥା ଏବଂ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ନିମନ୍ତେ ଏହି କର୍ମକର୍ତ୍ତା ବୈଠକ ଆୟୋଜିତ । ଏହା ସହ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆହୁରି ସଶକ୍ତ ଓ ସୁଦୃଢ଼ ହୋଇ ରାଜ୍ୟବ୍ୟାପୀ ଜନସେବା ଜାରି ରଖିବ । ତତ୍ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓଡ଼ିଶା ଅବହେଳିତ ପ୍ରସଙ୍ଗରେ ନିଜ ସ୍ୱର ଶାଣିତ କରିବା ସହ ଆନ୍ଦୋଳନର ପନ୍ଥା ଗ୍ରହଣ କରିବ । ଓଡ଼ିଶା ବସୀଙ୍କ ହକ ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରତିଶ୍ରୁତିବଦ୍ଧ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026