୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣା ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଜାଜପୁର ଜିଲ୍ଲା ବୈରୀଥାନା ଅନ୍ତର୍ଗତ ସୋଲର ପଞ୍ଚାୟତର ପାଇକରାପୁର ଗ୍ରାମର ରାମଚନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ରେଣୁବାଳା ମଲ୍ଲିକ ୫୨ ବର୍ଷ ଆଜି ସକାଳୁ ନିଜ ବାଡିରେ କାମ କରୁଥିବା ସମୟରେ ଏକ ବିଷାକ୍ତ ସାପ ଦଂଶନ କରିଥିଲେ । ଫଳରେ ରେଣୁବାଳା ଗୁରୁତର ହୋଇପଡିଥିଲେ ।

