ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ବୈଠକ

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  କୋଣାର୍କ  :->  ସ୍ବାଧିନତା ଦିବସ ପାଳନ ଅବସରରେ ଜନମଙ୍ଗଳ ଯୁବ ସଂଗଠନ, କୋଣାର୍କ ସ୍ପୋର୍ଟସ ଏକାଡେମି ଓ କୋଣାର୍କ ଏନ୍ଏସି ର ମିଳିତ ଆନୁକୂଲ୍ୟରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ କୋଣାର୍କ ଏନ୍ଏସିର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହେବ । ଏଥିପାଇଁ ଦୁଇ ସଙ୍ଗଠନର ସମ୍ପାଦକ ରାମକୃଷ୍ଣ ମହାନ୍ତି ଓ ଚନ୍ଦ୍ରଶେଖର ରାଉତରାୟଙ୍କ ଅଧ୍ୟକ୍ଷତାରେ

ଶନିବାର ଅପରାହ୍ନରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୬ଟି ଦଳ ଯୋଗଦେବେ । ଏଥିରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ସିଲ୍ଡି ଓ ଅର୍ଥରାଶି ପ୍ରଦାନ କରାଯାଇ ସମ୍ମାନୀତ କରାଯିବ ।

ଏଥିସହ ଜଣେ ଖେଳ ପ୍ରତିଭାକୁ ସମ୍ମାନୀତ କରିବା ପାଇଁ ନିଷ୍ପିତି ହୋଇଛି । ଜନମଙ୍ଗଳ ଯୁବ ସଂଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ହୋଇଆସୁଥିବା ବେଳେ ଚଳିତବର୍ଷ ପ୍ରଥମ କରି କୋଣାର୍କ ସ୍ପୋର୍ଟସ ଏକାଡେମି ପକ୍ଷରୁ ଖେଳ ପରିଚାଳନାର ଦାଇତ୍ୱ ନେଇଛି । ଏହି ବୈଠକରେ କୋଣାର୍କ ସ୍ପୋର୍ଟସ ଏକାଡେମିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version