କିଶୋରୀ ବାଳିକା ମାନଙ୍କୁ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ  :->  ବୋଲଗଡ ବ୍ଲକ ରାଜୀବ ଗାନ୍ଧୀ ସଭା ଗୃହ ଠାରେ କିଶୋରୀ ବାଳିକା ମାନଙ୍କୁ ଧନ୍ଦା ମୂଳକ ଶିକ୍ଷା, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ଶନିବାର ଦିନ ବୋଲଗଡ ବ୍ଲକର ସମସ୍ତ ଗ୍ରାମାଞ୍ଚଳର 18ରୁ 35 ବର୍ଷ ଝିଅ ଓ ମହିଳା ମାନେ ପୂର୍ବରୁ ପାଠ ଛାଡ଼ିଥିବା କିପରି ପୁନର୍ବାର ପାଠ ପଢି ଶିକ୍ଷିତ ହେବା ଏବଂ ବେକାରୀ ସମସ୍ୟା ଦୂର ପାଇଁ ଓଡିଶା ସରକାରଙ୍କ ଦ୍ୱାରା ମାଗଣା ପ୍ରଶିକ୍ଷଣ ଓ ନିଯୁକ୍ତି ପାଇବେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଅଟେ l

ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ, ସିଡିପିଓ କ୍ରିଷ୍ଣା ପ୍ରିୟା ପ୍ରଧାନ, ବୋଲଗଡ ଗୋଷ୍ଠି ସୋସ୍ଥ୍ୟ କେନ୍ଦ୍ରର ଡକ୍ଟର ସୁଷମା ବେହେରା, ସାଇ ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ କେନ୍ଦ୍ର ପରିଚାଳକ ଅଧିକାରୀ ପ୍ରକାଶ ଚନ୍ଦ୍ର ବାରିକ, ଆଇଟି ଆଇ ଭୁବନେଶ୍ୱର ଅଧିକାରୀ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗଦେଇ ଏହି ସମ୍ପର୍କରେ ସଚେତନ କରାଇବା ସହିତ 40ଜଣ ମଧ୍ୟରୁ 25ଜଣ ଚୟନ ହୋଇଅଛନ୍ତି l ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ଅଞ୍ଚଳର ଆଶା କର୍ମୀ, ଅଙ୍ଗନ ୱାର୍ଡି କର୍ମୀ ଓ ବହୁ କିଶୋରୀ ବାଳିକାମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ 3ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି l

Exit mobile version