Home ଓଡ଼ିଶା ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଭବନୀପାଟଣା : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ “ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ” କୁ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର ଭବନୀପାଟଣା ଠାରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଚେତା ପାଣିଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏ ଡି ପି ଏଚ ଓ ଡଃ. ନିହାରେନ୍ଦ୍ର ପଣ୍ଡା , ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ପି ଏମ ( ଏନ୍ଏଚଏମ) ଭବାନୀ ଶଙ୍କର ସାହୁ , ଡି ପି ଏଚ ସି ଓ ଶ୍ରୀମତୀ ଭାରତୀ ବ୍ରହ୍ମା ଏବଂ ବିଦ୍ୟାଳୟ ଅଧ୍ୟକ୍ଷ ଡ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ବର୍ଷକୁ ଦୁଇ ଥର ହେଉଥିବା ଏହି କୃମିନାଶକ କାର୍ଯ୍ୟକ୍ରମଟି ଜିଲ୍ଲାର ସମସ୍ତ ବ୍ଲକରେ ଆଜି ଅଗଷ୍ଟ ୧୦ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୧୭ ତାରିଖରେ ସମାପ୍ତ ହେବ । ଉକ୍ତ ସମୟ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଚିକିତ୍ସାଳୟ ଯଥା ସି ଏଚ ସି, ପି ଏଚ ସି , ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର,ଅଙ୍ଗନବାଡି କେନ୍ଦ୍ର ଏବଂ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ୧ ରୁ ୧୯ ବର୍ଷର ପ୍ରତ୍ୟେକ ଶିଶୁ , କିଶୋର ଏବଂ କିଶୋରୀ ବାଳକ , ବାଳିକା ତଥା ଗର୍ଭବତୀ ମା ମାନଙ୍କୁ ଆଲବେଣ୍ଡାଯୋଲ୍ ବଟିକା ଖୁଆଇ କୃମିନାଶକ ପାଇଁ ସହଯୋଗ କରାଯିବ। ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଏସ ଟି ଚ ପାରାସାଇଟ ନାମକ ପରଜୀବୀ ଯାହାକି ଶିଶୁ , କିଶୋର ଏବଂ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନରେ ବାଧକ ସାଜୁଛି ଏବଂ କୃମିକୁ ପେଟରୁ ସମ୍ପୂର୍ଣ ରୂପେ ନାଶ କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟପାଇଁ ଏହି ବଟିକା ଖାଇବା। ବକ୍ତା ମାନେ ନିଜ ବକ୍ତବ୍ୟରେ ପିତା ମାତା ନିଜ ନିଜ ଶିଶୁ ମାନଙ୍କ ଭଲ ସ୍ବାସ୍ଥ୍ୟପାଇଁ ଏହି ବଟିକା ନିଶ୍ଚୟ ଖୁଆଇବା ,ହାତ ଧୋଇବା ଓ ପାଦରେ ଚପଲ କିମ୍ବା ଜୋତା ପିନ୍ଧିବାକୁ ଗୁରୁତ୍ବ ଦେଲେ ଏହି ଜାତୀୟ କୃମି ନାଶକ ଦିବସର ଉଦ୍ଦେଶ୍ୟ ସାଧିତ ହେବ ବୋଲି ପ୍ରକାଶ କରିଥଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଲବେଣ୍ଡାଯୋଲ ଖୁଆଇ କାର୍ଯ୍ୟକ୍ରମକୁ ସମାପ୍ତ କରାଗଲା । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026 ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026 ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026