Home ଓଡ଼ିଶା ନାହିଁ ନାହିଁରେ ଚାଲିଛି ଗୋପ ବ୍ଲକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଗୋପ ବ୍ଲକ ରେ ଏକାଧିକ ପ୍ରମୁଖ ପଦବୀ ପଦବୀ ଗୁଡିକ ଖାଲି ଥିବାରୁ ଉର୍ନୟନ ମୂଳକ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି l ( ଖାଲିଥିବା ପଦବୀ କୁ ପୂରଣ ପାଇଁ ଦାବୀ କଲା ଗୋପ ସୁରକ୍ଷା ମଞ୍ଚ ) ( ନାହିଁ ନାହିଁରେ ଚାଲିଛି ଗୋପ ବ୍ଲକ ) ୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ସର୍ବବୃହତମ ବ୍ଲକ ଟି ହେଉଛି ଗୋପ ବ୍ଲକ l ଏହା 31 ଟା ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ର କିଛି ଏବଂ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ର କେନ୍ଦ୍ରବିନ୍ଧୁ ଅଟେ l ଏହାର ଲୋକ ସଂଖ୍ୟା ଓ ଭୌଗଳିକ ସ୍ଥିତି ଏବଂ ଅନ୍ୟାନ୍ୟ ବନ୍ଦୋବସ୍ତ କୁ ଦେଖିଲେ ଏକ ନିର୍ବାଚନ ମଣ୍ଡଳୀ ର ମାନ୍ୟତା ମିଳିବା କଥା କିନ୍ତୁ ବ୍ଲକ ସ୍ତରୀୟ ସ୍ଥାନୀୟ ନେତୃତ୍ୱ ମଣ୍ଡଳୀ ଙ୍କ ଅପାରଗତା ସାଙ୍ଗକୁ ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଇଚ୍ଛା ଶକ୍ତି ଅଭାବ ହେତୁ ଗୋପ ବ୍ଲକ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି l ବିଗତ କିଛି ବର୍ଷଧରି ଗୋପ ବ୍ଲକ କାର୍ଯ୍ୟାଳୟରେ ପ୍ରାୟ 10 ଟି ବିଭାଗ ର ପ୍ରମୁଖ ପଦବୀ ଗୁଡିକ ଖାଲି ପଡ଼ିରହିଛି l ଖାଲି ପଡ଼ିଥିବା ପଦବୀ ଗୁଡିକ ହେଲା l ଆସିଷ୍ଟାଣ୍ଡ ଏକଜୁଟିଭି ଇଞ୍ଜିନିଅର ପଦବୀଟି ଅନେକ ମାସ ଧରି ଖାଲି ପଡିଛି l ଠିକ ସେହିପରି ଜୁନିଅର ଇଞ୍ଜିନିଅର ଦୁଇଟି ପଦବୀ ମଧ୍ୟ ଖାଲି ପଡିଛି l ଏଇ ପି ଓ ପଦବୀ ଖାଲି ରହିଛି କିନ୍ତୁ ସେହିଁ କାର୍ଯ୍ୟ କରିବା ପାଇଁ ନିମାପଡା ବ୍ଲକ ର ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ମିଳିଛି ସତ କିନ୍ତୁ ବର୍ତମାନ ସେହିଁ ବ୍ୟକ୍ତି ଜଣକ ଚାରୋଟି ବ୍ଲକ ଦାୟିତ୍ୱ ରେ ଥିବାରୁ ଗୋପ ବ୍ଲକ ରେ ତାଙ୍କୁ ଦେଖିବାକୁ ମିଳୁନାହିଁ l ଯାହାଫଳରେ ଅନେକ କାର୍ଯ୍ୟ ମାସ ମାସଧରି ପଡିରହୁଛି l ୱାଲଫର ଅସ୍ଟେନ୍ସନ ଅଫିସର ( ଡବ୍ଲୁ ଇ ଓ )- ପଦବୀ ଖାଲିଥିବାରୁ ଦୈନିକ ବିଭିର୍ନ୍ନ ପ୍ରକାର କାର୍ଯ୍ୟ ରୁ ସାଧାରଣ ଜନତା ବଞ୍ଚିତ ହେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି l ବ୍ଲକ କାର୍ଯ୍ୟାଳୟ ରେ ପ୍ରମୁଖ ଭିମିକା ଗ୍ରହଣ କରୁଥିବା ପଦବୀ ଟି ହେଉଛି ସିନିଅର କ୍ଲର୍କ (ଏସ ସି ) ଯାହାଙ୍କ ଦ୍ଵାରା ସମସ୍ତ ସରକାରୀ କାର୍ଯ୍ୟ ହୋଇଥାଏ l ବର୍ତମାନ ସିନିଅର କ୍ଲର୍କ ନଥିବା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ଲକ କର୍ମଚାରୀ l ପଞ୍ଚାୟତ ଏଷ୍ଟେନ୍ସନ ଅଫିର (ପି ଇ ଓ ) ପଦବୀ ଟି ଖାଲିଥିବା ହେତୁ ପଞ୍ଚାୟତ ସ୍ତରୀୟ ଅନେକ ସରକାରୀ ଯୋଜନା ରେ ଅହେତୁକ ବିଳମ୍ବ ଘଟୁଛି l ପଞ୍ଚାୟତ ର ସମସ୍ତ ତଥ୍ୟ ସଂଗ୍ରହ କରୁଥିବା ପଦବୀ ଟି ହେଉଛି ଜି ଆର ଏସ ମୋଟ ପଦବୀ ସଂଖ୍ୟା ହେଲା 31 ପଦବୀ ମଧ୍ୟରୁ ରୁ ବର୍ତମାନ 27 ଟା ପଦବୀ ଖାଲି ପଡିଛି l କାରଣ ସେମାନଙ୍କ ମଧ୍ୟରୁ 22 ଜଣଙ୍କ ର ପଦର୍ନୀତି ହୋଇଥିବା ରୁ ନୂତନ ଜି ଆର ଏସ ନିଯୁକ୍ତି ଦିଆଯାଇନାହିଁ l ସ୍ଥାୟୀ ପିଅନ 6 ଜଣେଙ୍କ ମଧ୍ୟରୁ ମାତ୍ର ଜଣେ ବ୍ୟକ୍ତି ହିଁ କାର୍ଯ୍ୟ କରୁଛନ୍ତି ଆଉ ଚାରି ମାସ ପରେ ସେହିଁ ବ୍ୟକ୍ତି ଜଣକ ଚାକିରିରୁ ଅବସର ଗ୍ରହଣ କରିବେ l ଗୋପ ବ୍ଲକ ପରିସର ମଧ୍ୟରେ ଅନେକ କାର୍ଯ୍ୟାଳୟ ରହିଛି ତାର ସୁରକ୍ଷା ଦୁଷ୍ଟିରୁ ଦେଖିବାକୁ ଗଲେ ନିହାତି ଜଣେ ଜଗୁଆଳି ର ଆବଶ୍ୟକ ରହିଛି l ବର୍ତମାନ ଉକ୍ତ ପଦବୀ ଟି ଦୀର୍ଘ ବର୍ଷ ହେଵ ଖାଲି ପଡିଛି ଯାହାଫଳରେ ବ୍ଲକ ପରିସର ରେ ଅନେକଥର ଚୋଟ ବଡ଼ ଚୋରୀ ହେଉଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି l ଗୋପ ବ୍ଲକ ଟି କୁଶଭଦ୍ରା ନଦୀ ବନ୍ଧ ପାର୍ଶ୍ଵ ଥିବା ହେତୁ ପୂର୍ବରୁ ଏଠାରେ ଏକ ଲଞ୍ଚ ରଖାଯାଇଥିଲା, କେତେବେଳେ ବନ୍ୟା ପାଇଁ ନଦୀବନ୍ଧ ରେ ଗଳିଆ ପଡିଲା କୀ ଘାଇ ସୃଷ୍ଟି ଅଥବା କୌଣସି ବିପଦ ଆସିଲେ ତତକ୍ଷଣାତ ପାସବର୍ତ୍ତୀ ଗ୍ରାମ କୁ ରିଲିଫ ସାମଗ୍ରୀ ନବା ଆଣିବାରେ ସହାୟକ ହୋଇଥାଏ l ଏହାଦ୍ଵାରା ଧନ ଜୀବନ ରକ୍ଷା କରିବାରେ ମୁଖ୍ୟ ସହାୟକ ହୋଇଥାଏ ଲଞ୍ଚ, କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଲା ଗୋପ ବ୍ଲକ ଟି ବନ୍ୟାଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଥିବା ଲଞ୍ଚ ଟି ସମ୍ପୂର୍ଣ ଅଚଳ ହେବାରୁ ବର୍ତମାନ କିଛି ଅଂଶ ରୁ ଯନ୍ତ୍ରାଂଶ ଆଦି ସାମଗ୍ରୀ ଚୋରୀ ହୋଇଗଲାଣି ଅଥବା ନଷ୍ଟ ହୋଇଗଲାଣି l ଏଥିପାଇଁ ପୂର୍ବରୁ ଏକ ତାଲିମପ୍ରାପ୍ତ ଲଞ୍ଚ ଚାଳକ ଙ୍କୁ ସରକାର ଙ୍କ ତରଫଳରୁ ନିଯୁକ୍ତି ମିଳିଥିଲା କିନ୍ତୁ ସେ ପଦବୀ ଟି ଦୀର୍ଘ ବର୍ଷ ହେଵ ଖାଲି ପଡିଛି l ଏତେ ପଦବୀ ଯଦି ଗୋଟେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଖାଲି ରହିବ ତେବେ ସମସ୍ୟାର ସମାଧାନ ହେବ କିପରି ? ଉର୍ନୟନ ମୂଳକ କାର୍ଯ୍ୟ ହେବାରେ ବିଳମ୍ବ ହେବା ସ୍ୱାଭାବିକ କଥା l ମୁଖ୍ୟ ପଦବୀ ଗୁଡିକ ଖାଲି ହେତୁ ବ୍ଲକ ର ଅଧିକାଂଶ ଉର୍ନୟନ ମୂଳକ କାର୍ଯ୍ୟ ରେ ବ୍ୟାଘାତ ସୃଷ୍ଟି ହେଉଛି l ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଆଦି ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଦାବୀ କରିଛନ୍ତି ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ l ଖାଲିଥିବା ପଦବୀ ଗୁଡିକକୁ ତୁରନ୍ତ ପୂରଣ କରିବାପାଇଁ ଶ୍ରୀ ଗୋଛାୟତ ଗୋପ ବାସୀଙ୍କ ପକ୍ଷରୁ ଦାବୀ ଉପସ୍ଥାପନା କରିଛନ୍ତି l Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026