ବିଦ୍ୟାଳୟର ସର୍ବାଙ୍ଗୀନ ପ୍ରଗତି ପାଇଁ ସରକାରଙ୍କ ପଦକ୍ଷେପ

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟାୱରୀ ଙ୍କ ଆଦେଶ ମୁତାବକ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ ଏବଂ ଶିକ୍ଷକ ଦୀପ୍ତି ରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ଶ୍ରୋତାଲିନି ସାହୁଙ୍କ ତତ୍ଵାବଧାନରେ ବିଦ୍ୟାର୍ଥୀଙ୍କ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଠ ଅଭିଭାବକ ରମେଶ ଚନ୍ଦ୍ର ମହାନ୍ତି ପୌରୋହିତ୍ୟ ଓ ଅଭିଭାବିକା ବିନୋଦିନୀ ଦତ୍ତ ସଂଯୋଜନା କରିଥିଲେ ।ପ୍ରଥମେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ତାହାପରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିୟମିତ କରିବା ସହ ଡ୍ରପ୍ ଆଉଟ ରୋକିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହଯୋଗ କରିବାକୁ ସ୍ବେଛାକୃତ ଭାବରେ ଶିବରାମ ବେହେରା, ଜୟନ୍ତୀ ସାହୁ,ମିନାକ୍ଷୀ ସୁନ୍ଦରା, ହରିବନ୍ଧୁ ସୁବୁଦ୍ଧି, ଝରଣା ମହାଂତି, ବିନୋଦିନି ଦତ୍ତ ମତ ପ୍ରଦାନ କରିଥିଲେ ।ଶିକ୍ଷକ ବିଭୁପ୍ରସାଦ ମହାପାତ୍ର ଛାତ୍ରଛାତ୍ରୀଙ୍କ ନିରାପତ୍ତା ବ୍ୟବସ୍ଥା, ବିଚିତ୍ର ଘଡେଇ ବୟସ ଅନୁସାରେ ବିଦ୍ୟାର୍ଥୀଙ୍କ ନାମ ଲିଖନ ଓ ଶିକ୍ଷା ସମାପ୍ତିକୁ ସୁନିଶ୍ଚିତେକରିବା,ଅଂଶୁମାନ ଧଳ ବେଟି ବଚାଅ ବେଟି ପଢାଅ, ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଅନଲାଇନ ସୁରକ୍ଷା ଏବଂ ସାଇବର ସଚେତନତା, ସ୍ମିତାସିନ୍ଧୁ ମହାପାତ୍ର ସ୍ୱଚ୍ଛତା ପକ୍ଷ ପାଳନ, ସ୍ଵର୍ଣଲତା ପ୍ରଧାନ ୟୁଥ ଏବଂ ଇକୋ କ୍ଲବ,

ନମିତା ସାହୁ ବିଦ୍ୟାଳୟକୁ ସରକାର ଯୋଗାଇଥିବା ଭେଣ୍ଡିଂ ମେସିନ, ସୌଦାମିନୀ ସୁବୁଦ୍ଧି ସୁରଭି ଏବଂ ସୌଦାମିନୀ ପରିଡ଼ା ପିଟିଏର କାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ । ଅଭିଭାବକମାନେ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଦେଇଥିବା ଗଠନମୂଳକ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ପ୍ରତିସୃତି ଦେଇଥିଲେ ।ସମ୍ବିତ କେଦାର କର,ଶିବ ପ୍ରଧାନ ଓ ସ୍ନେହଲତା ପାଇକରାୟ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version