ଶିଶୁ ସାହିତ୍ୟିକ ନିରଞ୍ଜନ ଖଟୁଆ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିଶିଷ୍ଟ ଶିଶୁ ସାହିତ୍ୟିକ ନିରଞ୍ଜନ ଖଟୁଆ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତାଙ୍କ କମର ପଦା ବାସଭବନ ରେ ଶନିବାର ପାଳିତ ହୋଇଯାଇଛି l କାଠ ଯୋଡି ସାହିତ୍ୟ ସଂସଦର ସମ୍ପାଦକ ଗୀତିକବି ବାବାଜୀ ଚରଣ ଜେନା ଙ୍କ ସଭା ପତିତ୍ୱରେ ତଥା ଇଂ ସେସଦେବ ଜେନାଙ୍କ ସଂଯୋଜନା ରେ ଆଷାଢ଼ ସାହିତ୍ୟ ସଂସଦ ର ସଭାପତି କବି ପିତାମ୍ବର ମହାପାତ୍ର, ବାବା ଅରକ୍ଷିତ ଦାସ ମହାରାଜ, ଗୀତିକବି ବାମଦେବ ସ୍ୱାଇଁ, କବି ଗୀତାଞ୍ଜଳି ପୃଷ୍ଟି, ବାଗ୍ମୀ ଚୈତନ୍ୟ ରାଉତ,

ନାଟ୍ୟକାର ପିୟୁଷ ରଞ୍ଜନ ପରିଡା, ବ୍ୟଙ୍ଗ କବି ପ୍ରତାପ ବେହେରା, ପତିତପାବନ ଜେନା, ଡା. କମଳା କାନ୍ତ ନାୟକ, ବିଧୁ ଭୂଷଣ ମହାନ୍ତି, କମ୍ରେଡ ନାରାୟଣ ଭୋଳ, କବି ଉମାକାନ୍ତ ରଥ, ବନମାଳୀ ବେହେରା, କାଳିପ୍ରସାଦ ମହାପାତ୍ର, ରମାକାନ୍ତ ନାୟକ, ମାନସ ରଞ୍ଜନ ସ୍ୱାଇଁ, ଖଗେଶ୍ୱର ମହାରଣା, ବିଜୟ ଦଳାଇ, ପ୍ରମୁଖ ଯୋଗଦେଇ ସ୍ବର୍ଗତ ଖଟୁଆ ଙ୍କ ଫଟ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଚାରଣ କରି ଥିଲେ l ଇଂ ଶୁକଦେବ ଜେନା ଧନ୍ୟବାଦ ଦେଇଥିଲେ l ଅକ୍ଷୟ ଖଟୁଆ, ଚନ୍ଦ୍ରମଣି ଖଟୁଆ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ l

Exit mobile version