୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦାରିଙ୍ଗବାଡିର ବଇନ ଶଙ୍ଖ ନିକଟରେ ବ୍ଲକିଂ କରି ଯାଞ୍ଚ କରୁଥିଲା ସେଠାରେ ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଏକ ମାଲବାହୀ ମାକ୍ସ ପିକଅପ ଗାଡିକୁ ଅଟକାଇବା ସହ ୨ ଯୁବକଙ୍କୁ କାବୁ କରିଛି । ସୂଚନା ଅନୁଯାୟୀ, ଗୋଟିଏ ମ୍ୟାକ୍ସ ପିକଅପ ମାଲ ବୁହା ଗାଡ଼ି ନଂ. ଓଡ଼ି-୦୪-ଏଲ- ୩୦୮୯ ରେ ତିଲୋରୀ ଅଞ୍ଚଳରୁ ୧ କୁଇଣ୍ଟାଲ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା l

