ନୂଆଗାଁ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ବୈଠକ

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :->  ନୂଆଗାଁ ହାଇସ୍କୁଲ୍ ପରିସରରେ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ର ଜେନେରାଲ ବଡି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଏ ବି ଓ ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ବସିଥିବା ବୈଠକ ରେ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିବା ସହ ବାର୍ଷିକ ଆୟ ବ୍ୟୟ ପଠନ କରିଥିଲେ, ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ତାଲିକା ଅନୁଯାୟୀ ବ୍ଲକ୍ କ୍ରୀଡା ସୂଚୀ ପ୍ରଦାନ କରାଗଲା ।

ବୈଠକ ରେ ଚିନ୍ତାମଣି ବିଦ୍ୟାପୀଠ ସଂପଡା ର ଛାତ୍ର ଜଗବନ୍ଧୁ ସାମନ୍ତରାୟ ୨୦୨୩ ମସିହା ବିଦ୍ୟାଳୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗରେ ଜାତୀୟ ସ୍ତରରେ ରାଜସ୍ଥାନ ର ଜୟପୁର ରେ ଅଂଶଗ୍ରହଣ କରିଥିବାରୁ ତାଙ୍କୁ ଫୁଲତୋଡ଼ା ଓ ଟ୍ରଫି ପ୍ରଦାନ କରଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାଶ ,କଟକ ଶ୍ରୀ ଶ୍ରୀ ୟୁନିଭରସିଟି ର ପ୍ରଫେସର ଦିନେଶ ସ୍ୱାଇଁ ,ଭିକାରୀ ଚରଣ ସାହୁ,ବିନାୟକ ପରିଡ଼ା ସମ୍ମାନତ ଅତିଥି ଭାବେ ଯୋଗ ଦେଇଥିଲେ।ବ୍ଲକ୍ ସ୍ତରରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ କ୍ରୀଡା ରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକ ମାନେ ଗୁରୁତ୍ୱାରୋପ କରିଥିଲେ।ଏଥିରେ ୪୦ ଜଣ ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକ ଅଂଶଗ୍ରହଣ କରିଥିଲେ ।

Exit mobile version