Home ଓଡ଼ିଶା ଓଡିଶା ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ କର୍କଟ ରୋଗୀ ଙ୍କୁ ସହାୟତା ପ୍ରଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମାନବ ସେବା ହିଁ ମାଧବ ସେବା ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ୱରପୁର ପଞ୍ଚାୟତ ର ସୁବର୍ଣ୍ଣପୁର ନିକଟବର୍ତ୍ତୀ କୋଶିଙ୍ଗା ଗ୍ରାମର ୫୬ ବର୍ଷୀୟ ଭଗବାନ ଦହଡ଼ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ହେଇ ଚିକିତ୍ସିତ ହେଉଛନ୍ତି I ସରକାରୀ ସହାୟତା ତାଙ୍କ ପାଇଁ ସତସପନ ହେତୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା l ତାଙ୍କ ପତ୍ନୀ ରୀନା ଦହଡ଼ କୌଣସି ସୂତ୍ରରୁ ଖବର ପାଇଁ ଓଡିଶା ଜନ କଲ୍ୟାଣ ସଙ୍ଗଠନ ସହିତ ଯୋଗାଯୋଗ କରିଥିଲେ I ସଙ୍ଗଠନ ତରଫରୁ ସଭାପତି ସୁଶାନ୍ତ ବେହେରା ଏବଂ ସମ୍ପାଦକ ପ୍ରତ୍ୟୁଷ ବିଶ୍ୱାଳ ଭଗବାନ ଙ୍କ ଘରକୁ ଯାଇ ସମ୍ପୂର୍ଣ ତଥ୍ୟ ବୁଝିଥିଲେ l ଆଜି ଭଗବାନ ଦହଡ଼ ଙ୍କ ପତ୍ନୀ ରୀନା ଦହଡ଼ ଙ୍କୁ ଓଡିଶା ଜନ କଲ୍ୟାଣ ସଙ୍ଗଠନ ର ଗୋପ କଲେଜ ପାଖରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଠାରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା I ସଙ୍ଗଠନର ସଦସ୍ୟ ରଞ୍ଜନ କୁମାର ସାହୁ ସଙ୍ଗଠନ ଏକ ଚେକ ମାଧ୍ୟମରେ ପାଞ୍ଚ ହଜାର ଟଙ୍କା ର ସହଯୋଗ କରିଥିଲେ I ସଙ୍ଗଠନର ସହ ସମ୍ପାଦକ ମୃତ୍ୟୁଞ୍ଜୟ ପାଢ଼ୀ, ସଦସ୍ୟ ଭୀମସେନ ବାରିକ ଏବଂ ମହିଳା ଶାଖା ର ସଦସ୍ୟା ସସ୍ମିତା ପଶ୍ଚିମକବାଟ ଜିଲ୍ଲା କାର୍ଯ୍ୟଳୟ ରେ ଉପସ୍ଥିତ ରହି ଏହି ସହାୟତା ତାଙ୍କ ସ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ I ଏହିଭଳି ଅନେକ ଗରିବ ଓ ନିରାଶ୍ରୟ ଏବଂ ଆର୍ଥିକ ଅନାଟନ ଶ୍ରେଣୀର ବ୍ୟକ୍ତି ବିଶେଷ ଙ୍କୁ ଉକ୍ତ ସଂଗଠନ ସହାୟତା ର ହାତ ବଡଇଥାଏ l ମାନବ ସେବା ହିଁ ମାଧବ ସେବା ବୋଲି ସଂଗଠନ ର କର୍ମକର୍ତ୍ତା ଭୀମସେନ ବାରିକ କହିଥିଲେ l ଆଗାମୀ ଦିନରେ ଭଗବାନ ଦହଡ଼ ଙ୍କ ଉତ୍ତମ ଚିକିତ୍ସା ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ସଙ୍ଗଠନ ର ମୁଖ୍ୟ ପରାମର୍ଶଦାତ୍ତା ସମୀର କୁମାର ସ୍ୱାଇଁ କହିଛନ୍ତି I Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026