Home ଓଡ଼ିଶା ରାଇରଙ୍ଗପୁର ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ/ରାଇରଙ୍ଗପୁର :-> ରାଇରଙ୍ଗପୁର ଇଚିଣ୍ଡା ରେ ଆଦିବାସୀ ଭବନ ଠାରେ ହୋ – ସାନ୍ତାଳ ୱେଲଫେୟାର ଟ୍ରଷ୍ଟ ତରପରୁ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ରେ ଥିବା ବିଭିନ୍ନ ଆଦିବାସୀ ମହାପୁରୁଷ ଓ ବରପୁତ୍ର ମାନଙ୍କର ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିବା ପରେ ସମାଜ ପାଇଁ ବିକାଶର ବାର୍ତ୍ତା ପ୍ରଦାନ କରିବା ସହିତ ଓଡିଶାର ନୂତନ ମୁଖ୍ଯ ମନ୍ତ୍ରୀ ହେଉଛନ୍ତି ଜଣେ ଆଦିବାସୀ ତେଣୁ ଆଗାମୀ ଦିନ ରେ ଆଜିର ଦିନ ତଥା ଅଗଷ୍ଟ ୯ ତାରିଖ ବିଶ୍ବ ଆଦିବାସୀ ଦିବସ କୁ ଛୁଟି ଦିବସ ଭାବରେ ଘୋଷଣା କରିବା ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯିବା ନେଇ ସଂକଳ୍ପ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ପ୍ରସ୍ତାବ ରଖିଥିଲେ । ଠିକ୍ ସେହିପରି ପଣ୍ଡିତ ରଘୁନାଥ ମୁର୍ମୁ ହେରିଟାଇଜ୍ ଟ୍ରଷ୍ଟ ପକ୍ଷ ରୁ ମଧ୍ଯ ବିଶ୍ବ ଆଦିବାସୀ ଦିବସ କୁ ଧୁମଧାମ ପାଳିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ସଭାପତି ଚୁନିୟାନ ରଘୁନ୍ ମୁର୍ମୁଙ୍କ ଅଧ୍ଯକ୍ଷତାରେ ରାଇରଙ୍ଗପୁର ମୁର୍ମୁ ଛକ ନିକଟ ରେ ଥିବା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଓ ମହୁଲଡିହାସ୍ଥିତ ବିର୍ଷା ମୁଣ୍ଡା ପାର୍କ ରେ ଥିବା ପ୍ରତିମୂର୍ତ୍ତି ରେ କର୍ମକର୍ତ୍ତା ମାନେ ମାଲ୍ୟାର୍ପଣ କରିଥିଲେ । ଠିକ୍ ସେହିଭଳି ବିଶ୍ବ ଆଦିବାସୀ ରେ ରାଇରଙ୍ଗପୁର ରେ ଆସେକା କାର୍ଯ୍ଯାଳୟ ତରଫରୁ କାର୍ଯ୍ଯାଳୟରେ ଥିବା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଉପସ୍ଥିତ ରହି ବିଶ୍ବ ଆଦିବାସୀ ଦିବସ ଉପରେ କିଛି ବାର୍ତ୍ତା ପ୍ରଦାନ କରିବା ସହିତ ମୟୂରଭଞ୍ଜ ରେ ବସବାସ କରୁଥିବା ଆଦିବାସୀ ମାନଙ୍କ ର ସର୍ବାଙ୍ଗୀନ ବିକାଶ ଦିଗରେ ଯତ୍ନବାନ ହେବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ପରେ ପରେ ରାଇରଙ୍ଗପୁର କଲ୍ଯାଣ ମଣ୍ଡପ ଠାରେ ସମନ୍ବିତ ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ବିଶ୍ବ ଆଦିବାସୀ ଦିବସ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବିଧାୟକ ଜଲେନ ବାର ଦା ଯୋଗଦେଇଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026