ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳନ ହେବାକୁ ଯାଉଥିବା ସ୍ଵାଧୀନତା ଦିବସ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ସତପଥିଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସକୁ ଠିକ୍ ଭାବେ ପରିଚାଳନା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ଵ ବଣ୍ଟନ କରାଯଇଥିଲା। ସ୍ଵାଧୀନତା ଦିବସ ପ୍ୟାରେଡ,

ବ୍ଲକ ସ୍ତରରେ ସେବା, ଶିକ୍ଷା, କଳା, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ପାଇଁ କୁହାଯାଇଥିଲା। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଯମୁନା ମୁଷାକୀ, ମାଲକାନଗିରି ଜିଲ୍ଲା ବିଧାୟଙ୍କ ପ୍ରତିନିଧି ନିହାର ରାୟ, , ପଡିଆ ସରପଞ୍ଚ ଗଙ୍ଗା କାରାମ, ଲକ୍ଷ୍ମଣ ମାଡକାମି, ଏମଡି ଫାରୁକ୍, ବିଧାୟକଙ୍କ ପ୍ରତିନିଧି ମନ ଦୀପଙ୍କର ରାୟ, ଚୀନାମ ରାବିଡ଼ କୁମାର, କୋଟାମ ବାଲାୟା, ସମାଜସେବୀ ଏନ୍ ରାଘବ ରାଓ, ସମନ୍ଵିତ ଶିଶୁ ବିକାଶ ଅଧିକାରୀ ରିନା ରାଣୀ ରାଉତ, ଜିପିଓ କାର୍ତିକ ନାୟକ, ପିଇଓ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, ମେଡିକାଲ, ମଙ୍ଗଲ, ସାମାଜିକ ସୁରକ୍ଷା, ବିଭାଗର ସମସ୍ତେ ଉପସ୍ଥିତ ଥିଲେ ।

Exit mobile version