Home ଓଡ଼ିଶା ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଵାଧୀନତାର ୭୮ତମ ପର୍ବ ପାଳନ ଅବସରରେ ଏବଂ ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆସନ୍ତା ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରାଯିବ । ଏହି ଅବସରରେ ରାଜ୍ୟସ୍ତରୀୟ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ନିର୍ଦ୍ଦେଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲା , ବ୍ଲକ ଓ ପଞ୍ଚାୟତ ସ୍ତରରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ପାଳନ କରାଯିବ । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପରିଷଦ କଳାହାଣ୍ଡି ସ୍ଥିତ ସି.ଡି.ଓ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସି.ଡି.ଓ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣାରେ ଆସନ୍ତା ୧୩.୦୮.୨୦୨୪ ରିଖ ଦିନ ପ୍ରଦୋଷ ୭.୩୦ ମି ସମୟରେ ଏକ ବିଶାଳ ଶୋଭାଯାତ୍ରା ତ୍ରିରଙ୍ଗା ସହ ସ୍ଲୋଗାନ ଓ ଦେଶାତ୍ମବୋଧକ ସଙ୍ଗୀତ ସହ ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବ । ଶୋଭାଯାତ୍ରାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ , ଜନ ପ୍ରତିନିଧି , ଏସ.ଏଚ.ଜି ମା , ପି. ଆର. ଆଇ ସଦସ୍ୟ , ଅଙ୍ଗନବାଡୀ କର୍ମୀ , ସରକାରୀ ଅଧିକାରୀ , ବିଭିନ୍ନ ଅନୁଷ୍ଠାନ ସଭ୍ୟ ମାନେ ଅଂଶ ଗ୍ରହଣ କରିବେ । ଶୋଭାଯାତ୍ରାରେ ଏକ ଭ୍ରାମ୍ୟମାଣ ରଥ ସହ ମୋଟର ସାଇକେଲ ରାଲି ଅଂଶ ଗ୍ରହଣ କରିବେ । ରିଜର୍ଭ ପଡିଆରେ ତ୍ରିରଙ୍ଗା ଶପଥ , ତ୍ରିରଙ୍ଗା କାନଭାସ , ତ୍ରିରଙ୍ଗା ସମ୍ମାନ,ତ୍ରିରଙ୍ଗା ସେଲଫି ସହ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗ୍ରାମ ଓ ସହରର ପ୍ରତ୍ଯେକ ଘର ମାନଙ୍କରେ ତ୍ରିରଙ୍ଗା ଜାତୀୟ ପତାକା ଉଡାଇବାକୁ ଆବଶ୍ୟକ ତ୍ରିରଙ୍ଗା ପ୍ରସ୍ତୁତ କରାଯାଉଛି । ଜିଲ୍ଲାରେ ପ୍ରାୟ ୧,୪୯,୫୦୦ ତ୍ରିରଙ୍ଗା ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଛି।ଜାତୀୟ ଏକତା ଓ ଦେଶ ପ୍ରୀତି ପରି ଏକ ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବୈଠକରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଭବାନୀପାଟଣା, ଡି.ଆଇ.ପି.ଆର.ଓ, ଇ. ଓ ପୌରପରିଷଦ , ବି. ଡି. ଓ , ଭବାନୀପାଟଣା , ଡି. ପି. ସି ମିଶନ ଶକ୍ତି , ଡି ପି ଏମ , ଓ ଏଲ ଏମ,ଡି.ଏସ.ଡବ୍ଲୁ .ଓ,ପି ଏମ , ପି ଏମ ଆର୍ ଏଚ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026 ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026